Odisha news

ଚାଷି ହସିଲେ ଦେଶ ହସିବ :- ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା

0
ନୂଆପଡା – ୭/୧ (ସୁରେନ୍ଦ୍ର ତିୱାରୀ) ଆଜି ଜିଲ୍ଲା ସଦର ମହକୁମା ସ୍ଥିତ ସାଂସ୍କୃତିକ ରଙ୍ଗମଞ୍ଚ ରେ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ଶୁଭ ଉଦଘାଟିତ ହୋଇଯାଇଛି । ଆଜି ର ଉଦଘାଟନି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ନୂଆପଡ଼ା  ମଧୁସୂଦନ ଦାସ ଯୋଗଦେଇ ଚାଷୀ ମାନଙ୍କୁ ସମନ୍ୱିତ କୃଷି, ଫସଲ ବିବିଧିକରଣ ଉପରେ ଉଦବୋଧନ ଦେଇ କହିଥିଲେ “ଚାଷୀ ହସିଲେ, ଦେଶ ହସିବ” ଜିଲ୍ଲା ପ୍ରଶାସନ ଏବେ ଖାଲି ଗାଁ କୁ ଯାଉନାହିଁ ବରଂ ଚାଷୀ ଙ୍କ ଘରେ ଯାଇକି ପହଞ୍ଚୁଛି କହି ପ୍ରବାସୀ ଶ୍ରମିକ ପ୍ରଥା ବନ୍ଦ କରିବା ପାଇଁ ଚାଷୀ କୁଲଙ୍କୁ ଆହ୍ବାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବନଖଣ୍ଡ ଅଧିକାରୀ, ଖରିଆର ମହମ୍ମଦ ଅଜିଜ ଖାନ, ବନଖଣ୍ଡ ଅଧିକାରୀ (ବନ୍ୟଜନ୍ତୁ) ମହାଦେବ ବଡାଇକ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ ନାୟକ ଯୋଗଦେଇ ଚାଷୀ ଙ୍କୁ କୃଷିରେ ରାସାୟନିକ ପଦାର୍ଥ ର ବ୍ୟବହାର କମ କରିବା ପାଇଁ ଉଦବୋଧନ ଦେଇ ଏଗ୍ରୋଫରେଷ୍ଟ୍ରୀ କରିବା ପାଇଁ ଅନୁରୋଧ କରିଥିଲେ। ଜୈବିକ କୃଷିର ଗୁରୁତ୍ୱ ବିଷୟରେ ମଧ୍ୟ ଚାଷୀଙ୍କୁ ବୁଝାଇଥିଲେ। ଆଜିର ସଭାକାର୍ଯ୍ୟ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ନୂଆପଡ଼ା ବାବୁଲି ଚରଣ ସେଠୀ ସ୍ବାଗତ ଅଭିଭାଷଣ ରଖି ଚାଷୀ ଙ୍କୁ କୃଷି ଯନ୍ତ୍ରପାତି ର ବହୁଳ ବ୍ୟବହାର କରିବା ପାଇଁ ଉଦବୋଧନ ଦେଇଥିଲେ। ସହକାରୀ ଯନ୍ତ୍ରୀ (କୃଷି) ପଦ୍ମଲୋଚନ ମାଝୀ ଚାଷୀ ଙ୍କୁ କୃଷି ଯନ୍ତ୍ରପାତି ର ଉପକାରିତା ସମ୍ପର୍କ ରେ ବୁଝାଇଥିଲେ। କୃଷି ଜିଲ୍ଲା ଅଧିକାରୀ  ପ୍ରଦୀପ କୁମାର ବେଉରା ଧନ୍ୟବାଦ୍ ଅର୍ପଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ନୂଆପଡ଼ା ର ପ୍ରତାପ ସାହୁ ଓ ସୁଦୂର ବରଗଡ଼ ରୁ ଆସିଥିବା ଅର୍ଚ୍ଚିତା ପାଢ଼ୀ। ସନ୍ଧ୍ୟା ରେ ବିଭିନ୍ନ ଲୋକକଳା, ଲୋକଗୀତ, ଓଡ଼ିଶୀ ଓ ସମ୍ବଲପୁରୀ ଗୀତବାଦ୍ୟ ରେ ନୂଆପଡ଼ା ଆକାଶ କମ୍ପି ଉଠିଥିଲା। ମେଳାରେ ସମୁଦାୟ ୫୦ ଗୋଟି ବିଭିନ୍ନ ବିଭାଗ ସହିତ କୃଷି ଯନ୍ତ୍ରପାତି ର  ଷ୍ଟଲ ଲାଗିଛି। ତନ୍ମଧ୍ୟରୁ ୧୩ ଗୋଟି ବିଭାଗୀୟ ଷ୍ଟଲ ହୋଇଥିବା ବେଳେ ଅବଶିଷ୍ଟ ୩୩ ଟି ଷ୍ଟଲ ବିଭିନ୍ନ ଯନ୍ତ୍ରପାତି ସମ୍ବନ୍ଧୀୟ ଷ୍ଟଲ ସହ ୪ ଟି ଖାଦ୍ୟପେୟ ଷ୍ଟଲ ଥିଲା। ଆମର ଭୂଳିଯାଇଥିବା ପରମ୍ପରା କୁ କିପରି ଆଗକୁ ନେବା ପାଇଁ ମେଳା ମଧ୍ୟରେ ସୁନାବେଡା ଚୁକୁଟିଆ ଭୁଂଜିଆ ମାନଙ୍କର ଲାଲ ଘର ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସାଇପଲା ର ଚକ୍ରଧର ସାହୁ, ନାମକ ଜଣେ ସମନ୍ୱିତ ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ। ମାଁ ଲକ୍ଷ୍ମୀ ମହିଳା ସ୍ଵୟଂ ସହାୟକ ଦଳ, କାମକେଡା ଙ୍କୁ ଗୋଟିଏ ମିନି ଡାଲି ଯୋଗାଇ ଦିଆ ଗଲା । ସିନାପାଲି ବ୍ଲକର ୨ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ  ଜୟ ମାଁ ଦୂର୍ଗା ଓ ମାଁ ତୁଳସୀ ଦଳ ଙ୍କୁ ଆରମ୍ଭିକ ଧନରାଶି ବାବଦକୁ ଦଶ ହଜାର ଟଙ୍କା ଲେଖାଏଁ ଆତ୍ମ, ସିନାପାଲି ତରଫରୁ ଜିଲ୍ଲାପାଳ ଙ୍କ ହାତରେ ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ପାଞ୍ଚ ଦିନ ବ୍ୟାପି ହେବାକୁଥିବା ଉପରୋକ୍ତ ମେଳା ରେ ପ୍ରାତିଦିନ ସଂଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।  କୃଷି ବିଭାଗ ର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ପରିବେଷଣ ସଫଳତା ସହ ଆଗେଇ ଚାଳିଛି।
Leave A Reply