Odisha news

ହାଇସ୍କୁଲ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ 

0
ନୂଆପଡ଼ା ୨୨/୧୨- (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ଉଚ୍ଚ ବିଦ୍ଯାଳୟ ରେ ତିନିଦିନ ବ୍ୟାପି ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ବିଜୟ ମାରାଥନ ମୁଖ୍ୟ ଆକର୍ଷଣ ରହିଥିଲା। ସିନାପାଲି ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇଥିବା ଏହି ମାରାଥନ କୁ ବିଶିଷ୍ଟ ଆଇନଜୀବୀ ତଥା ସମାଜସେବୀ ବୈଶମ୍ପାୟନ ମେହେର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।  ଉଦଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀ, ବରିଷ୍ଠ ଶିକ୍ଷକ ମନୋରଞ୍ଜନ ମେହେର, ମୁବାରକ ଖାନ, ଅନିଲ କୁମାର ସା, ଶିକ୍ଷୟିତ୍ରୀ ସତ୍ୟରୁପା ଯୋଷୀ ପ୍ରମୁଖ ଉପସ୍ଥିତ ଥିଲେ ।  କ୍ରୀଡ଼ା ଉତ୍ସବର ସୁପରିଚାଳନାରେ କମଲଜିତ ବୈକାର, ଅଜିତ କୁମାର ମେହେର, ମହେଶ କୁମାର ମେହେର, ନିହାର ରଞ୍ଜନ ମେହେର, ଲକ୍ଷ୍ମୀପ୍ରିୟା ମେହେର, ତ୍ରିଲୋଚନ ଡାଙ୍ଗ, ଜୟଶ୍ରୀ ସ୍ୱାଇଁ, ରଶ୍ମିପ୍ରଭା ମେହେର, ପର୍ତିଶ୍ୱରି ପାତ୍ର, ସୁରଭି ପଣ୍ଡା, ପଙ୍କଜିନି ତାଣ୍ଡି, ମିନତି ମେହେର, ନିକୁଞ୍ଜ ସା, ଅନୁଜ କୁମାର, ଶୁଭ୍ରାଂଶୁ ଦାଶ,କେଶର ସା ଏବଂ କେଦାର, ଆଶିଷ, କନକ, ବିକାଶ ପ୍ରମୁଖଙ୍କ ସହ ବିଦ୍ଯାଳୟର ଛାତ୍ରଛାତ୍ରୀ ସହଯୋଗ କରିଥିଲେ।
Govt
Leave A Reply