ନୂଆପଡ଼ା -୨୧/୧୨ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ଯ ବିଭାଗ ଆନୁକୂଲ୍ଯରେ ସିନାପାଲି ଗୋଷ୍ଠି ଶିକ୍ଷା କାର୍ଯ୍ଯଳୟ ତରଫରୁ ଦୁଇ ଦିନ ଧରି ଚାରି ଗୋଟି ପର୍ଯ୍ଯାୟରେ ସୁରେନ୍ଦ୍ର ସାଏ ଦିବ୍ଯ ଦୃଷ୍ଟି ଯୋଜନା ତାଲିମ ଶିବିର ସିନାପାଲି ଠାରେ ଅନୁଷ୍ଠିତ ହୋଇଯାଇଛି।ବିଇଓ ଯତୀନ୍ଦ୍ର କୁମାର ସେଠ ଶିବିରକୁ ଉଦଘାଟନ କରିଥିବା ବେଳେ ଶିବିରରେ ବିଭିନ୍ନ ବିଦ୍ଯାଳୟରୁ ଆସିଥିବା ପ୍ରାୟ ଦୁଇ ଶହ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ଗ୍ରହଣ କରିଥିଲେ । ବିଆରଟି ମହେଶ୍ୱର ପ୍ରଧାନ ଓ ଚକ୍ଷୁ ସହାୟକ ସୌମ୍ଯପ୍ରଭା ସାହୁ ତାଲିମ ପ୍ରଦାନ କରିଥିଲେ । ଶିବିରକୁ ବିଆରଟି ଶ୍ରୀ ପ୍ରଧାନ ପରିଚାଳନା କରିଥିବା ବେଳେ ସମସ୍ତ ସିଆରସିସି ଓ ଆଇ,ଇ.ଭି. ସହଯୋଗ କରିଥିଲେ ।