ନୂଆପଡ଼ା -୧୨/୧୨ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ଯାଳୟରେ ନୂତନ ଭାବେ ନିଯୁକ୍ତ ହୋଇଥିବା କନିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସିନାପାଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆଜି ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଏହି ଅବସରରେ ସ୍ଥାନୀୟ ଉଚ୍ଚ ବିଦ୍ଯାଳୟ ପରିସରରେ ସଂଘ ସଭାପତି ପ୍ରସନ୍ନ କୁମାର ମାଝୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସ୍ବାଗତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଯତୀନ୍ଦ୍ର କୁମାର ସେଠ, ମୁଖ୍ଯବକ୍ତା ବରିଷ୍ଠ ଶିକ୍ଷକ ଭରତ ବାଗ ଓ ସମ୍ମାନିତ ଅତିଥି ଭାବରେ କୁମୁଦବନ୍ଧୁ ଯୋଷୀ, ଲଳିତ କୁମାର ସୁନାରୀ ସମେତ ସଂଘ ଉପସଭାପତି ଅରୁଣ କୁମାର ଯୋଷୀ, ଝରଣା ସାଗର ଦୁରିଆ ଓ ସଂପାଦକ ବାଲାଜୀ ହରିଜନ ମଞ୍ଚାସିନ ଥିଲେ । ଶିକ୍ଷକଙ୍କ ମଧ୍ଯରେ ପାରସ୍ପରିକ ସଂପର୍କ ଓ ସହଯୋଗ ଭାବ ରହିଲେ ଅଞ୍ଚଳରେ ଶିକ୍ଷାର ବିକାଶ ସହଜ ହେବ ବୋଲି ଏ ଅବସରରେ ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ସଂଘର ପ୍ରାକ୍ତନ ସଂପାଦକ ବୈଷ୍ଣବ ମେହେର ଅତିଥି ଆମଂତ୍ରଣ ସହ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଲୋଚନ ମେହେର ମଞ୍ଚ ସଞ୍ଚାଳନ କରିଥିଲେ । ଅତିଥିଙ୍କ ଦ୍ୱାରା ଦେବ ପୂଜନ ପରେ ନିକୁଞ୍ଜ ବିହାରୀ ସା ଓ ସାଥିଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ଚୂଡ଼ାମଣି ମେହେର ମନ୍ତ୍ରପାଠ କରିଥିଲେ । ଏହା ପରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଏ ଅବସରରେ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ସିଆରସିସି ଖଗେଶ୍ୱର ନିଆଲ, ଶିକ୍ଷକ ହୄଦାନନ୍ଦ ମେହେର ଓ ବିଭୁତି ମେହେରଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସିଆରସିସି ମହେଶ୍ୱର ଗୁଆଲ ଧନ୍ଯବାଦ ଦେଇଥିଲେ । କାର୍ଯ୍ଯକ୍ରମ ଆୟୋଜନରେ ବ୍ଲକର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ସିଆରସିସି ସହଯୋଗ କରିଥିଲେ ।