Odisha news

ମଲ ଖୋଲିବାକୁ ନେଇ ସାମ୍ବାଦିକ ସମ୍ମିଳନୀ

0
ନୂଆପଡା ୩/୧୨ (ସୁରେନ୍ଦ୍ର ତିୱାରୀ) ନୂଆପଡା ରେ ମଲ୍ଟିପ୍ଲେକ୍ସ ମଲ ଖୋଲିବାକୁ ନେଇ ନୂଆପଡା ଓ ଖରିଆରରୋଡ଼ ମଝିରେ ନବନିର୍ମିତ ଏମବି ମଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମଲ ମାଲିକ ଗୁର୍ବେଜ ସିଂ ଗୁରୁଦତ୍ତା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୬ତାରିଖରେ ମଲଟି ଖୋଲିବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ଶ୍ରୀ ଗୁରୁଦତ୍ତା। ଏହି ଅତ୍ୟାଧୁନିକ ମଲଟିରେ ୪ ସହ ରୁ ଅଧିକ ସିଟ ବିଶିଷ୍ଟ ତିନୋଟି ସିନେମା ହଲ ଅଛି। ଟିକେଟ ର ମୂଲ୍ୟ ମଧ୍ୟ ଅନ୍ୟ ମଲ ଗୁଡିକଠୁଁ କମ ରହିବ ବୋଲି ସୂଚନା ମିଳିଛି। ଟିକେଟ ଗୁଡିକୁ ଦର୍ଶକ ଅନଲାଇନ ଓ ଅଫଲାଇନ ଜରିଆରେ କିଣି ପାରିବେ। ପୂର୍ଣ ରୂପରେ ମଲଟି ଜାନୁଆରୀ ମାସ ପହିଲା ତାରିଖ ସୁଦ୍ଧା ଆରମ୍ଭ ହେଇଯିବ ବୋଲି ଆଶା ରଖିଛନ୍ତି ମଲ ମାଲିକ। ଆଗରୁ ନୂଆପଡ଼ାରୁ ଲୋକେ କିଣାକିଣି ପାଇଁ ତଥା ମଲ୍ଟିପ୍ଲେକ୍ସ ସିନେମା ହଲରେ ସିନେମା ଦେଖିବାକୁ ଛତିଶଗଡ଼ ରାଜଧାନୀ ରାଇପୁରକୁ ଯାଉଥିଲେ। ଏବେ ନୂଆପଡ଼ାରେ ଏହି ମଲଟି ତିଆରି ହେବାଦ୍ୱାରା ନୂଆପଡାବାସି ଭରପୁର ମନୋରଞ୍ଜନ ସହ ସହଜରେ କିନାକିଣି କରିପାରିବେ। ଏହି ସମ୍ମିଳନୀରେ ଦଲଜିତ ସିଂ ଗୁରୁଦତ୍ତା ସତପାଲ ସିଂ ଗୁରୁଦତ୍ତା ଅନିଷ୍ପାଲ ସିଂ ଗୁରୁଦତ୍ତା ରିଷୀ ସିଂ ଗୁରୁଦତ୍ତା ସଚବିନ୍ଦର ସିଂ ଗୁରୁଦତ୍ତା ଅମରଜିତ ସିଂ ଗୁରୁଦତ୍ତା ଓ କୁଲବନ୍ତ ସିଂ ଗୁରୁଦତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply