Odisha news

ସମୟାନୁବର୍ତ୍ତିତା ଓ ସୁଶିକ୍ଷା ସମାଜ ର ମୂଳ : ଜିଲ୍ଲାପାଳ ଙ୍କ ବାଳିକା ବିଦ୍ୟାଳୟ ପରିଦର୍ଶନ        

0

ନୂଆପଡ଼ା-୩/୧୨(ସୁରେନ୍ଦ୍ର ତିୱାରୀ) ଆଜି ଜିଲ୍ଲାପାଳ ସଦର ମହକୁମା ଅବସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏ ଅବସର ରେ ପ୍ରଧାନ ଶିକ୍ଷକ ମଧୁସୂଦନ ସାହୁ ବିଦ୍ୟାଳୟ ଆନୁଷଙ୍ଗିକ ସୁବିଧା ଅସୁବିଧା ବିଷୟ ରେ ଜିଲ୍ଲାପାଳଙ୍କୁ ଅବଗତ କରାଇ ଶିକ୍ଷାଦାନ ଉପରେ ଆଲୋଚନା କରିଥିଲେ। ଆକାଂକ୍ଷୀ ପାଠ୍ୟକ୍ରମ ଯୋଜନା ଅନ୍ତର୍ଭୁକ୍ତ ଜିଜ୍ଞାସା ସାହିତ୍ୟ ସୃଜନୀ ବିଷୟ ଉପରେ ଶିକ୍ଷୟତ୍ରୀ ପ୍ରଜ୍ଞାପରମିତା ବିଶ୍ଵାଳ ପୁଙ୍ଖାନୁପୁଙ୍ଖ ଜିଲ୍ଲାପାଳ ମଧୁସୁଦନ ଦାଶଙ୍କୁ ବୁଝାଇ ଥିଲେ।ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା ତିଆରି ହୋଇଥିବା ଜିଜ୍ଞାସା ଓ ସାହିତ୍ୟ ସୃଜନୀ ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ଦେଖି ଜିଲ୍ଲାପାଳ ପ୍ରସଂଶା କରିଥିଲେ। ବିଗତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଫଳ ଉପରେ ସମୀକ୍ଷା କରିବା ସହ ଶିକ୍ଷା ଦାନ ର ମାନ ନିରୂପଣ ନିମନ୍ତେ ଦଶମ ଶ୍ରେଣୀ ର ଛାତ୍ରୀମାନଙ୍କୁ ଗଣିତ ଓ ସାହିତ୍ୟ ପଢ଼ାଇ  ତତ୍ ସମ୍ବନ୍ଧିତ ପ୍ରସ୍ନ ପଚାରି ଛାତ୍ରୀମାନଙ୍କ ଉତ୍ତର ରେ ସନ୍ତୋଷ ବ୍ୟକ୍ତ କରି ଆଗାମୀ ବର୍ଷିକ ପରୀକ୍ଷା ରେ ଉତ୍ତମ ଫଳାଫଳ ଯେମିତ ହେବ ସେ ଉପରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ। ଶେଷ ରେ ଜିଲ୍ଲାପାଳ ଶ୍ରୀ ଦାଶ ସମୟାନୁବର୍ତ୍ତିତା ଓ ସୁଶିକ୍ଷା ହିଁ ସମାଜ ର ମୂଳ ଲକ୍ଷ ହେଉ ବୋଲି ଉପସ୍ଥିତ ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ପ୍ରେରଣା ଦେଇଥିଲେ।

Govt
Leave A Reply