Odisha news

ଷ୍ଟେଟ ବ୍ୟାଙ୍କ ପକ୍ଷରୁ କିନ୍ନର ମାନଙ୍କ ପାଇଁ ସ୍ଵତନ୍ତ୍ର ତାଲିମ୍ ଶିବିରକୁ  ଉଦଘାଟନ କଲେ ଜିଲ୍ଲାପାଳ

0
ନୂଆପଡ଼ା- ୨୬/ ୧୧ ( ସୁରେନ୍ଦ୍ର ତିୱାରୀ) : ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ୱାରା ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାମୀଣ ସ୍ବରୋଜଗାର ତାଲିମ୍ କେନ୍ଦ୍ର, ନୂଆପଡ଼ାରେ କିନ୍ନର ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ତାଲିମ୍ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି l ଜିଲ୍ଲାପାଳଙ୍କ ସ୍ଵତନ୍ତ୍ର ଆଗ୍ରହ କ୍ରମେ ୩୫ ଜଣ କିନ୍ନର ମାନଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ୧୦ ଦିନିଆ ତାଲିମ୍ ଶିବିରରେ ସେମାନଙ୍କୁ ସାବୁନ, ହେଣ୍ଡ ୱାଶ, ଡିଟରଜେଣ୍ଟ ପାଉଡର, ଫିନାଇଲ,ଅଗରବତୀ, ମହମବତୀ, ଅଳତା ଇତ୍ୟାଦି ପ୍ରସ୍ତୁତି କରିବା ପାଇଁ କୁଶଳୀ କରାଯିବ l ଏହି ଶିକ୍ଷାନବିଶ ମାନଙ୍କୁ ଉଦବୋଧନ ଦେଇ ଜିଲ୍ଲାପାଳ କହିଲେଯେ ସେମାନେ ସମାଜରେ ନିଜକୁ ଅସୁରକ୍ଷିତ ମନେ କରିବେ ନାହିଁ l ସେମାନେ ବିଭିନ୍ନ ତାଲିମ୍ ନେଇ କିଭଳି ଭାବରେ ସ୍ବାବଲମ୍ବୀ ହୋଇ ପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ l ଏହି ଶିବିରରେ ସମ୍ମାନୀତ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆନନ୍ଦ ହେମ୍ବ୍ରମ୍, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସ୍ଵେଚ୍ଛାସେବୀ ଅନୁଷ୍ଠାନ ପରଦାର ମୁଖ୍ୟ ରୁଦ୍ର ନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏହି କିନ୍ନର ମାନଙ୍କୁ ସମ୍ବୋଧନ କରି ଉତ୍ସାହିତ କରିଥିଲେ, ଷ୍ଟେଟ୍ ବ୍ୟାଙ୍କ୍ ଆର୍ ସେଟି ନିର୍ଦ୍ଦେଶକ ସୀତାରାମ ମେହେର କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସଭା ଶେଷ ରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Govt
Leave A Reply