ନୂଆପଡା-୯/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) : କରୋନା କାଳରେ ପରିବାର ମୁହଁରେ ଦୁଇ ମୁଠା ଦାନା ଯୋଗାଡ କରିବା ପାଇଁ ଦାଦନ ଯାଇ ଥିଲେ । ପରିବାର ପାଇଁ ଯେଉଁ ଆଶା ନେଇ ଦାଦନ ଖଟି ଯାଇ ଥିଲେ,ଆଶା ମଉଳି ଗଲା । ଟ୍ରାକ୍ଟର ଦୁର୍ଘଟଣାରେ ସ୍ବାମୀଙ୍କ ମୢତ୍ୟୁ ହେବା ପରେ ସ୍ରୀ ଖାଲି ହାତରେ ଗାଁକୁ ଫେରିଛନ୍ତି । ରୋଜଗାରକ୍ଷମ ସ୍ବାମୀଙ୍କ ମୢତ୍ୟୁ ହେବା ପରେ ସମସ୍ୟାରେ ପଡିଛନ୍ତି ୫ ପରିବାର ସଦସ୍ୟ ।
କରୋନା କାଳରେ କାମ ଧନ୍ଦା ଅଭାବ ହେବାରୁ ନୂଆପଡା ଜିଲ୍ଲା କୋମନା ବ୍ଲକ ଜଟଗଡ ପଞ୍ଚାୟତ ବାବେଘାଟି ଗାଁର ଦିଗବଲ୍ ଅଦା (୩୮ ବର୍ଷ) ନିଜ ସ୍ରୀ ପ୍ରିୟତମାଙ୍କ ସହ ଗତ ଡିସେମ୍ବର ମାସରେ ଦାଦନ ଖଟି ଯାଇ ଥିଲେ । ସୁଦୂର ତେଲେଙ୍ଗାନା ରାଜ୍ୟ ନାଲଗୋଣ୍ତାର ଏକ ଇଟାଭାଟିରେ ସ୍ରୀ ପ୍ରିୟତମା ଇଟା ତିଆରି କାମ କରୁ ଥିଲେ, ଦିଗବଲ ଲରି ଗାଡି ଚଳାଉ ଥିଲେ । ଦିନେ ଦିଗବଲ ଲରି ଗାଡି ବଦଳରେ ଟ୍ରାକ୍ଟର ଚଳାଇଲେ । ସେଦିନ ଟ୍ରାକ୍ଟର ଦୁର୍ଘଟଣା ଗସ୍ତ ହେବାରୁ ଘଟଣାସ୍ଥଳରେ ଦିଗବଲଙ୍କ ମୢତ୍ୟୁ ହୋଇ ଥିଲା । ଅର୍ଥାଭାବରୁ ଶବ ଗାଁକୁ ଆସି ପାରି ନ ଥିଲା । ସେଠାରେ ହିଁ ଶବ ସତ୍କାର କରା ଯାଇ ଥିଲା । ଖାଲି ହାତରେ ସ୍ରୀ ପ୍ରିୟତମା ଘରକୁ ଫେରିଛନ୍ତି ।
ପୁଣି ଗାଁକୁ ଆସିଲା ପରେ ଆରମ୍ଭ ହୋଇ ଯାଇଛି ସମସ୍ୟା । କାମ ଧନ୍ଦା ଅଭାବ ଯୋଗୁଁ ପରିବାର ଚଳାଇବା କଷ୍ଟକର ହୋଇ ପଡିଛି । ଘରେ ମାଟ୍ରିକ ଫେଲ ପୁଅ ଝିଅ ନେପୁର ଅଦା, ଚନ୍ଦ୍ରଶେଖର ଅଦା, ଅଷ୍ଟମ ଶ୍ରେଣୀରେ ପଢୁ ଥିବା ପରମେଶ୍ବର ଏବଂ ଦ୍ବିତୀୟ ଶ୍ରେଣୀରେ ପଢୁ ଥିବା ବେଳମତୀ ଅଛନ୍ତି । ସମସ୍ୟା ସଂପର୍କରେ କୋମନା ବିଡିଓ ସଦାଶିବ ଭତ୍ରାଙ୍କୁ ଜଣାଇବା ପରେ ଆବଶ୍ୟକ ସମସ୍ତ ସରକାରୀ ସୁବିଧା ସହ ସହାୟତା ଯୋଗାଇ ଦେବାକୁ କହିଛନ୍ତି ।
Comments are closed.