ଶ୍ରମ କାର୍ଯ୍ୟାଳୟ ହେଡକ୍ୱାର୍ଟର କୁ ସ୍ଥାନାନ୍ତର କର,ଖାଲି ଥିବା ପଦବୀ ତୁରନ୍ତ ପୂରଣ କର ନଚେତ ଆନ୍ଦୋଳନ : ଜେ.କେ.ଏମ.ଏସ.ପି
ନୂଆପଡା-୯/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ଆଜି ଜୟକିଷାନ ମଜଦୂର ସଂଗ୍ରାମ ପରିଷଦ ର ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଓ ସହ ଆବାହକ ଶ୍ରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କୁ ହେଡକ୍ୱାର୍ଟର ସ୍ଥାନାନ୍ତର,ଖାଲି ଥିବା ପଦବୀ ପୁରଣ,ନିର୍ମାଣ ଓ ପ୍ରବାସୀ ଶ୍ରମିକ ଙ୍କ ବିଭିନ୍ନ ସମସ୍ୟା ସମାଧାନ ପ୍ରସଙ୍ଗରେ ଦୀର୍ଘ ସମୟ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।ସିନାପାଲି, ବୋଡେ଼ନ, ଖରିଆର କୋମନା ଅଞ୍ଚଳର ଶ୍ରମିକମାନେ ନୂଆପଡା ଜିଲ୍ଲା ସଦର ମହକୁମାରୁ ଆହୁରି ୧୨କି.ମି.ଆଗକୁ ଖରିଆର ରୋଡ଼ ଯାଇ ଘରକୁ ଫେରିଲା ବେଳକୁ ନାହିଁ ନ ଥିବା ଦୁର୍ଦଶା ଓ ଖର୍ଚ।ନ୍ତ ରେ ପଡୁଛନ୍ତି।ଗୁରୁତ୍ୱପୂର୍ଣ୍ଣ ଡିଭିଜନାଲ ଲେବର କମିଶନର ଓ ଜିଲ୍ଲା ଶ୍ରମ ଅଧିକାରୀ ପଦବୀ ଦୀର୍ଘ ଦିନରୁ ଖାଲି ପଡ଼ିଛି।
ଚାରିଟି ସହକାରୀ ଶ୍ରମ ଅଧିକାରୀ (ALO) ପଦବୀ ରୁ ମାତ୍ର ଜଣେ ଅଛନ୍ତି, ଦୁଇଟି ଗ୍ରାମଞ୍ଚଲ ଶ୍ରମ ଇନିସ୍ପେକ୍ଟର ରୁ କେହି ବି ନାହାନ୍ତି। ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କେମିତି ଚାଲୁଥିବ ଏଥିରୁ ଅନୁମେୟ କରିହେଉଛି।ଏହା ବ୍ୟତୀତ ନିର୍ମାଣ ଶ୍ରମିକ ଙ୍କୁ ତୁରନ୍ତ କୋବିଡ଼ ସହାୟତା ରାଶି ପନ୍ଦର ଶହ ଟଙ୍କା ପ୍ରଦାନ, ଗତବର୍ଷ ଅନେକ ପ୍ରବାସୀ ଶ୍ରମିକଙ୍କ କୋରେନଟାଇନ ର ଦୁଇ ହଜାର ବକେୟା ଟଙ୍କା ତୁରନ୍ତ ପ୍ରଦାନ,ଶ୍ରମ କାର୍ଯ୍ୟାଳୟ ରେ ଦୀର୍ଘଦିନରୁ ପଡିରହିଥିବା ସହାୟତା ପାଇଁ ଦରଖାସ୍ତ ଯଥା,ଯନ୍ତ୍ରପାତି,ବିବାହ,ମୃତ୍ୟୁକାଳୀନ, ପ୍ରସବ କାଳୀନ,ସୁରକ୍ଷା ଉପକରଣ,ଛାତ୍ର ଶିକ୍ଷା ବୃତ୍ତି ସହାୟତା, ଘର ତିଆରି ପାଇଁ ସହାୟତା ଇତ୍ୟାଦି ତୁରନ୍ତ ମଞ୍ଜୁର କରିବା,ନିର୍ମାଣ ଶ୍ରମିକ ଙ୍କୁ ଦକ୍ଷତା ତାଲିମ,ପ୍ରତ୍ୟେକ ବ୍ଳକ ରେ ସହକାରୀ ଶ୍ରମ ଅଧିକାରୀ ନିଯୁକ୍ତି ଇତ୍ୟାଦି ଦାବି କୁ ନେଇ ବିସ୍ତୃତ ଚର୍ଚ୍ଚା ହୋଇଥିଲା।ଦୀର୍ଘ ଦିନରୁ ଦାବି କଲେ ମଧ୍ୟ କୌଣସି ସୁଫଳ ମିଲୁ ନ ଥିବାରୁ ଦାବି ପୂରଣ ନ ହେଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଥିଲେ।
Comments are closed.