ନୂଆପଡା- ୧୩/୧୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଷ୍ଟାଫ୍ ମିଟିଂ ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର, ସମସ୍ତ ଆସିଷ୍ଟାଣ୍ଟ କଲେକ୍ଟର, ସେକ୍ସନ ଅଧିକାରୀ,ବରିଷ୍ଠ ଓ କନିଷ୍ଠ ରାଜସ୍ବ ସହାୟକ ପ୍ରମୁଖ ଯୋଗଦେଇଥିଲେ l ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ଏବେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଚଳ ଚଞ୍ଚଳ ଅଛି l ଏହାକୁ ଆହୁରି ଲୋକାଭିମୁଖୀ କରି ଜନସାଧାରଣଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ପାଇଁ ସମସ୍ତେ ସଂକଳ୍ପ ବଦ୍ଧ ହେବା l ଆମେ ଆମ କାମ ଉତ୍ତମ ରୂପେ କଲେ ଲୋକଙ୍କ ଆଶା ଆକାଂକ୍ଷା ପୂରଣ ହୋଇ ପାରିବ l ପ୍ରତି ଦୁଇ ମାସରେ ଥରେ ସବୁ ବିଭାଗର କାର୍ଯ୍ୟ ସମୀକ୍ଷା କରି ଉତ୍ତମ ସେବା ଯୋଗାଇ ଦେଉଥିବା କର୍ମଚାରୀ ଓ ଅଧିକାରୀ ମାନଙ୍କୁ ସମ୍ମାନୀତ କରାଯିବ l ନିକଟ ଅତୀତରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଜିଲ୍ଲା ପରିଦର୍ଶନ ରେ ଆସି ଭଲ ମନ୍ତବ୍ୟ ଦେଇଯାଇଛନ୍ତି l ସେହିପରି ସର୍ବଭାରତୀୟ ସେବାର ବାର ଜଣ ଶିକ୍ଷା ନବିଶ ଅଧିକାରୀ ଜିଲ୍ଲା କୁ ଟ୍ରେନିଂରେ ଆସି ପ୍ରଶାସନରୁ ଭଲ ଅନୁଭୂତି ନେଇ ଖୁସି ବ୍ୟକ୍ତ କରିଛନ୍ତି l ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ସମସ୍ତଙ୍କୁ ସମୟାନୁବର୍ତୀ ହେବା ପାଇଁ ଆହ୍ଵାନ ଦେଇଥିଲେ l