Odisha news

ନୂଆପଡା : ସ୍ଥାନୀୟ ଏକ୍ସିସ ବ୍ୟାଙ୍କ ପଛପଟେ ଖେଳୁଥିଲେ ନାଗ ନାଗୁଣି ପ୍ରେମ କ୍ରୀଡା

ନୂଆପଡା- ୯/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ନୂଆପଡା ସଦର ମହକୁମା ସ୍ଥାନୀୟ ଶ୍ରୀରାମ କମ୍ପ୍ଲେକ୍ସ ସ୍ଥିତ ଏକ୍ସିସ ବ୍ୟାଙ୍କ ପଛପଟେ ନାଗ ନାଗୁଣି ପ୍ରେମକ୍ରୀଡ଼ା କ୍ୟାମେରାରେ କଏଦ ହୋଇଛି। ଗତ କାଲି ସକାଳେ ଏକ୍ସିସ ବ୍ୟାଙ୍କ ପଛପଟେ ବାଇକ ଷ୍ଟାଣ୍ଡ ନିକଟରେ ନାଗ ଓ ନାଗୁଣି ପ୍ରେମକ୍ରୀଡା କରୁଥିଲେ। ଏହି ସମୟରେ ବିଜେଡି ଉପସଭାପତି କ୍ଷିତିଶ ବୋଧଙ୍କର ନିଜ ମୋବାଲରେ କଏଦ କରିଥିଲେ। ଏହି ଖବର ପାଇ ସ୍ଥାନୀୟ ଲୋକେ ରୁଣ୍ଡ ହେବାରୁ ମୋଟର ସାଇକେଲ ଷ୍ଟେଣ୍ଡ ଭିତରକୁ ପଶି ଯାଇଥିଲେ। ପରେ ବହୁ ଖୋଜା ଖୋଜି କରିଥିଲେ ବି ଦେଖା ଦେଇନଥିଲେ। ମଧ୍ୟାହ୍ନରେ ଶ୍ରୀ ବୋଧଙ୍କର ଘର ପାଶ୍ୱ ବେଳ ଗଛ ମୂଳରେ ପୁଣି ବୁଲୁଥିବା ଦେଖିବାକୁ ପାଇଥିଲେ। ଏହି ସମୟରେ ସାପ ଧରାଳିକୁ ଡାକି ଧରିବାକୁ ଉଦ୍ୟମ କରିଥିଲେ। ହେଲେ ନାଗ ଓ ନାଗୁଣି ବୁଦା ଭିତରେ ଲୁଚି ଯାଇଥିଲେ।

Govt

Comments are closed.