Odisha news

ନୂଆପଡ଼ା ଜିଲ୍ଲାପାଳ ବୋଇରଗାଁ ପଞ୍ଚାୟତ ବାସୀଙ୍କୁ ପ୍ରବାସୀ ଶ୍ରମିକ ପ୍ରଥା ବିରୁଦ୍ଧରେ ସଚେତନ କଲେ

0
 ନୁଆପଡ଼ା – ୨୨/୧୦ ସକାଳ ଖବର (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ବୋଇରଗାଁ ଗ୍ରାମ ପଞ୍ଚାୟତ ରେ ଗତ କାଲି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବ ରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଖରିଆର ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ୍, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବିଡ଼ିଓ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ପ୍ରାଣିଧନ ଅଧିକାରୀ,ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଲିଡ୍ ବ୍ୟାଙ୍କ୍ ମେନେଜର,ସ୍ଥାନୀୟ ସରପଞ୍ଚ  ପ୍ରମୁଖ ଶ୍ରମିକ କୃଷକ ତଥା ଜନସାଧାରଣଙ୍କ ପାଇଁ ଥିବା ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l ଘର ପାଖରେ ବିଭିନ୍ନ ଶ୍ରମଭିତ୍ତିକ କାମ ତଥା ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ ଋଣ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ଅନୁରୋଧ କରିଥିଲେ l ଜିଲ୍ଲାପାଳ ମହିଳା ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ସେମାନେ ସଚେତନ ହେଲେ ପରିବାରର ପୁରୁଷ ଲୋକମାନେ କେବେହେଲେ କଷ୍ଟକର ପ୍ରବାସୀ ଶ୍ରମିକ ଜୀବନ ଆପଣେଇଁବେ ନାହିଁ l ନିଜ ଭିଟା ମାଟିରେ ସମସ୍ତେ ସରକାର ଉପଲବ୍ଧ ଯୋଜନା ସବୁର ସୁଫଳ ନେଇ ହସଖୁସିରେ ସପରିବାର ରହି ପାରିବେ l ସମସ୍ତଙ୍କ ସହଯୋଗରେ ଆମେ ଜିଲ୍ଲାକୁ ପ୍ରବାସୀ ଶ୍ରମିକମୁକ୍ତ କରି ପାରିବା l
IEC 2 years
Leave A Reply