Odisha news

ପାଣି ଟାଙ୍କି ନିର୍ମାଣରେ ଶ୍ରମିକ ଶୋଷଣ : ଦଳିତ ଅଧିକାର ମଞ୍ଚ

ନୂଆପଡା- ୯/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) ସିନାପାଲି ବ୍ଲକ ଅନ୍ତର୍ଗତ ଘାଟମାଲ ଗ୍ରାମ ପଞ୍ଚାୟତ ଗେଣ୍ଡୁଲପାଣି ଗ୍ରାମ । ଏହି ଦୁର୍ଗମ ପାର୍ବତ୍ୟା ଅଞ୍ଚଳର ଅଧିବାସୀଙ୍କ ପାନୀୟ ଜଳ ଯୋଗାଣ ନେଇ ଓଭର ହେଡ଼ ଟାଙ୍କି ଏବଂ ପମ୍ପ ଘର ନିର୍ମାଣରେ ନିୟୋଜିତ ଶ୍ରମିକଙ୍କୁ କମ ପାରିଶ୍ରମିକ ପ୍ରଦାନ କରୁଥିବା ଗୁରୁତର ଅଭିଯୋଗ କୁ ଭିତ୍ତି କରି ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ମିଶନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦଳିତ ଅଧିକାର ମଞ୍ଚ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରଯାଇଛି। ନିର୍ଦ୍ଧାରିତ ମଜୁରୀ ତିନି ଶହ ଆଠ ଟଙ୍କା ପରିବର୍ତ୍ତେ ମାତ୍ର ଦୁଇ ଶହ ଟଙ୍କା ପ୍ରଦାନ କରାଯାଉଛି। ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ବରେ ଦାବୀ ପତ୍ର ପ୍ରଦାନ କରିଛନ୍ତି।ଏ ସମୟ ରେ ମଞ୍ଚର ସଭ୍ୟ ମାନେ ଉପସ୍ଥିତ ଥିଲେ।

Nalco

Comments are closed.