Odisha news

୧୫ ଜୁଲାଇ ରେ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର।

0
 ନୂଆପଡ଼ା – ୧୨/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) ଚଳିତ ମାସ ୧୫ ଜୁଲାଇ  ଶନିବାର ଦିନ ନୂଆପଡା ର ଗାନ୍ଧୀ ଓ ପୂର୍ବତନ  ମନ୍ତ୍ରୀ  ସ୍ବର୍ଗତ ଘାସିରାମ ମାଝୀ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ   ନୂଆପଡା ବ୍ଲକ ଅନ୍ତର୍ଗତ ଗୋଡ଼ଫୁଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ଦିବସୀୟ ମାଗଣା ଚକ୍ଷୁ   ଏବଂ ସ୍ୱାସ୍ଥ୍ୟ ପରିକ୍ଷଣ ଶିବିର ଅନୁଷ୍ଠିତ ହେବ l ଶ୍ରୀ ଘାସିରାମ ମାଝୀ ମେମୋରିଆଲ ଚେରିଟବଲ ଟ୍ରଷ୍ଟ  ଏବଂ ନମ୍ରତା ଚକ୍ଷୁ ଚିକିତ୍ସାଳୟ ,ଜୟପୁର ଙ୍କ ମିଳିତ ଅନୁକୁଲ୍ୟରେ ଆୟୋଜିତ ଏହି ମାଗଣା ଚକ୍ଷୁ   ଏବଂ ସ୍ୱାସ୍ଥ୍ୟ ପରିକ୍ଷଣ ଶିବିର ସକାଳ ୯ଟା ରୁ ଅପରାହ୍ଣ ୨ ଟା ପର୍ଯ୍ୟନ୍ତ ଚାଲୁ ରହିବ l ଚକ୍ଷୁ  ରୋଗୀମାନଙ୍କୁ  ମାଗଣା ଚଷମା ,ଔଷଧ ବଣ୍ଟାଯିବା ସହ ମୋତିଆବିନ୍ଦୁ ରୋଗୀ ମାନଙ୍କୁ ଆଧୁନିକ ପଦ୍ଧତିରେ ତଥା ବିନା ସିଲେଇରେ ଅପେରସନ କରାଯିବ ବୋଲି ଶ୍ରୀ ଘାସିରାମ ମାଝୀ ମେମୋରିଆଲ ଚେରିଟବଲ ଟ୍ରଷ୍ଟ ର  ଅଧ୍ୟକ୍ଷା ତଥା ସ୍ବର୍ଗତ ଘାସିରାମ ମାଝୀ ଙ୍କ ପୁତ୍ରୀ ସରୋଜିନୀ ମାଝୀ  ସୂଚନା ପ୍ରଦାନ କରିଛନ୍ତି l
ପରିକ୍ଷଣ ଶିବିରରେ ଆସୁଥିବା ବ୍ୟକ୍ତି ବିଶେଷ ନିଜ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ କିମ୍ବା ମୂଳ  ଆଧାର କାର୍ଡ ସାଙ୍ଗରେ ନେଇ ଆସିଥିବେ ବୋଲି ସ୍ୱାସ୍ଥ୍ୟ ଶିବିର ଆୟୋଜନ କମିଟି ର ଆବାହକ ତଥା ଜିଲା ପରିଷଦ ସଦସ୍ୟ  ଭାନୁ ମାଝୀ ନିବେଦନ କରିଛନ୍ତି l
Nalco
Leave A Reply