ନୂଆପଡ଼ା- ୩୧/୫ ସକାଳ ଖବର ( ସୁରେନ୍ଦ୍ର ତିୱାରୀ ) ଆଜି ଖଡିଆଳ ବନଖଣ୍ଡ ଫରେଷ୍ଟଗାର୍ଡ ବିନୋଦିନି କୈବର୍ତ୍ତ ଙ୍କ ଇଚ୍ଛାକୃତ ଅବସର ଗ୍ରହଣ କାଗଜାତ କରା ଇଦେବା ନାମରେ ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟ କନିଷ୍ଠ ଏକାଉଣ୍ଟଟେଣ୍ଡ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଧାରା ପଡିଛନ୍ତି। ଜୟପୁର, ଏବଂ ଭବାନୀପାଟଣା ଭିଜଲାନ୍ସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରି ତାଙ୍କ କାର୍ଯ୍ୟାଳୟ ଏବଂ ଶ୍ରୀ ବାଗ ଙ୍କ ବାସ ଭବନ ରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ଡିଏସପି ଆନନ୍ଦ ମଲ୍ଲିକ, , ଡି.ଏସ.ପି. ଜୟଶ୍ରୀ ପ୍ରଧାନ, ଇନ୍ସପେକ୍ଟର ସଂଜୟ ପ୍ରଧାନ ସମେତ ଭବାନୀପାଟଣା ଭିଜଲାନ୍ସ ବିଭାଗ ଅଧିକାରୀମାନ ଉପସ୍ଥିତ ଥିଲେ। କୋରାପୁଟ ଡିଭିଜନ କେଶ ନମ୍ବର ୧୬/ ୨୦୨୩ ରେ ଧାରା ୭ ପିଏ ଏମେଣ୍ଡମେଣ୍ଟ ଆଇନ ୨୦୧୮ ଅନୁଯାୟୀ ଲାଞ୍ଚ ନେଉଥିବା ଅଭିଯୋଗ ରେ କନିଷ୍ଠ ଏକାଉଣ୍ଟଟେଣ୍ଡ ସଞ୍ଜୟ କୁମାର ବାଗଙ୍କୁ ଗିରଫ କରିଛନ୍ତି। ଖଡ଼ିଆଳ ସ୍ଥିତ ତାଙ୍କ ବାସ ଭବନ ଏବଂ ଖଡ଼ିଆଳ ବନଖଣ୍ଡ ବିଭାଗ କାର୍ଯ୍ୟାଳୟ ଉପରେ ଭିଜଲାନ୍ସ ତଦନ୍ତ ଜାରି ରହିଛି। ଫରେଷ୍ଟଗାର୍ଡ ବିନୋଦିନି କୈବର୍ତ୍ତ ମାନସିକ ରୋଗୀ ହୋଇ ଇଚ୍ଛାକୃତ ଅବସର ନେଇଥିଲେ। ତାଙ୍କ ଭାଇ ମନୋଜ କୈବର୍ତ୍ତ ଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଆଜି ଭିଜଲାନ୍ସ ହାତରେ ଶ୍ରୀ ବାଗ ଧରାପଡିଛନ୍ତି। ଖବର ଲେଖା ହେବା ଯାଏଁ ଚଢାଉ ଅବ୍ୟାହତ ରହି ଥିବାରୁ ସବିଷେ ତଥ୍ୟ ମିଳପାରିନାହିଁ।