ନୂଆପଡ଼ା-୨୯/୫ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ସିନାପାଲି ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ ର ସିନାପାଲି ରେଞ୍ଜକମିଟି ପକ୍ଷରୁ ଆଗାମୀ ଜୁନ୧ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ବିଶାଳ ଐତିହାସିକ ସମାବେଶ,ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ସଫଳ କରିବାକୁ ଏକ ପ୍ରସ୍ତୁତି ବୈଠକ ରେଞ୍ଜ ସଭାପତି ମଙ୍ଗଳସାଇ ବଗର୍ତ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ସଂଘ ର ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ଗୋଟିଏ ସରକାରୀ ସଂସ୍ଥା ରେ ତୋଳାଳୀ ଓ ସିଜିନାଲ ଷ୍ଟାଫ ଙ୍କ ହକ୍ ଦାବୀ ପୂରଣ ନ କରି ଅବହେଳା , ଅଣଦେଖା ଓ ଶୋଷଣ କରିବା ନିହାତି ଦୁର୍ଭାଗ୍ୟ ଜନକ ଅଟେ ଓ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଏହାକୁ ବରଦାସ୍ତ କରିବ ନାହିଁ।ଘୋର ଆନ୍ଦୋଳନ ମାଧ୍ୟମରେ ରାଜ୍ୟ ସରକାର ଙ୍କୁ ଜବାବ ଦିଆଯିବ ଓ ଆମ ହକ୍ ଯଥାର୍ଥ ଦାବୀ କୁ ଲୁଟି କରି ନିଆଯିବ।ରାଜ୍ୟ ସରକାର ଲକ୍ଷ ଲକ୍ଷ ତୋଳାଳୀ ଓ ସିଜିନାଲ ଷ୍ଟାଫ ଙ୍କୁ ତାଙ୍କର ଯଥାର୍ଥ ଦାବୀ ପୁରଣ ନ କରି ପ୍ରତାରଣା କରିଛନ୍ତି।ତୋଳାଳୀ ଙ୍କୁ ବୋନସ ତଥା ସାମାଜିକ ନିରାପତ୍ତା କଲ୍ୟାଣ ଯୋଜନାରେ ଝିଅ ବାହାଘର ସହାୟତା,ଚିକିତ୍ସା ସହାୟତା, ଶିକ୍ଷା ସହାୟତା ବନ୍ଦ କରିଦେଇଛନ୍ତି।ଏପରିକି ଚଳିତ ସିଜିନ ରେ ପତ୍ର ଦର ବୃଦ୍ଧି କଲେନାହିଁ।ଠିକ ସେହିପରି ସିଜିନାଲ ଷ୍ଟାଫ ଙ୍କ ଦରମା ବୃଦ୍ଧି,ଇଂସେଂଟିଭି ଆଲାଉନ୍ସ, ଚାକିରୀ ସର୍ତ୍ତାବଳୀ ଲାଗୁ କଲେ ନାହିଁ।ଏଣୁ ରାଜ୍ୟ ସଂଘ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ମୁତାବକ ସାରା ରାଜ୍ୟରେ ଆନ୍ଦୋଳନ ଡାକରା ଦିଆଯାଇଛି।ତତ୍ ମୁତାବକ ଜୁନ ଏକ ରେ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ବିଶାଳ ଆନ୍ଦୋଳନ କୁ ପୂର୍ଣ୍ଣ ମାତ୍ରା ରେ ସଫଳ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।ଏହି ବୈଠକ ରେ ହେଡ ଚେକର ସାଲିକ ରାମ ରାଉତ,ରେଞ୍ଜ ସମ୍ପାଦକ ମଙ୍ଗଳସାଇ ବଗର୍ତ୍ତୀ, ଦମନ ନାୟକ,ଚନ୍ଦ୍ର ବାଗ ଙ୍କ ସମେତ ଶତାଧିକ ମୁନ୍ସୀ, ଚପରାସି, ଚେକର,ହେଡ ଚେକର,ସର୍କଲ ଚେକର ସାମିଲ ହୋଇଥିଲେ।