Odisha news

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଖରିଆର ଡିଭିଜନ ର ଜରୁରି ବୈଠକ ଅନୁଷ୍ଠିତ।

0
ନୂଆପଡ଼ା- ୨୪/୫ ସକାଳ ଖବର (ସୁରେନ୍ଦ୍ର ତିୱାରୀ)  ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ କମିଟି ସହିତ ତରଵୋଡ଼ ରେଞ୍ଜକମିଟି ପକ୍ଷରୁ ମିଳିତ ଭାବେ  ସଂଘ ର ଏକ ଜରୁରୀ ବୈଠକ ରାଜ୍ୟ ସମ୍ପାଦକ  ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ତରବୋଡ଼ ରେଞ୍ଜ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।
ଆଗରୁ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରୀ  ବୈଠକ ସମ୍ବଲପୁର ରେ  ନିଆଯାଇଥିବା ନିଷ୍ପତ୍ତି ଓ ରାଜ୍ୟ ସଭାପତି ଶ୍ରୀ ବିଜୟ ମହାନ୍ତି ଙ୍କ ନିର୍ଦେଶ କ୍ରମେ “ମଇ -ଏକ” ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ କୁ ଜିଲ୍ଲା ର ସମସ୍ତ ୩୨୩ ଫଡ଼ି ଥିବା ଗ୍ରାମରେ ହଜାର ହଜାର ତୋଳାଳୀ ଓ ସିଜିନାଲ ଷ୍ଟାଫ କଳା ଦିବସ ରୂପେ ପାଳନ କରିଥିଲେ। ସରକାର ସଂଘ ର ବିଭିନ୍ନ ଯଥାର୍ଥ ଦାବୀ ଓ ସମସ୍ୟା ଯଥା ପତ୍ର ରେଟ୍ ବୃଦ୍ଧି , ସର୍ବନିମ୍ନ ମଜୁରୀ ବୃଦ୍ଧି, ସିଜିନାଲ କର୍ମଚାରୀଙ୍କ ଦରମା ବୃଦ୍ଧି ,ସିଜିନାଲ ଷ୍ଟାଫ ଓ ବନ୍ଧାଲି ଙ୍କୁ ଇଂସେଂଟିଭି ଆଲାଉନ୍ସ,ଗସ୍ତ ଖର୍ଚ୍ଚ ଆଲାଉନ୍ସ ବୃଦ୍ଧି , ଶତ ପ୍ରତିଶତ ବୋନସ ପ୍ରଦାନ, ଜି.ଏସ.ଟି. ଉଚ୍ଛେଦ ଓ ବିଗତ ଦିନର ଆଦାୟ ହୋଇଥିବା ଜି.ଏସ.ଟି. ଫେରସ୍ତ , ଚାକିରୀ ସର୍ତ୍ତାବଳୀ ଲାଗୁ , କନ୍ୟା ବିବାହ ସହାୟତା, ମୁନସୀ ଚପ୍ରାସି ତଥା ସମସ୍ତ ସିଜିନାଲ କର୍ମଚାରୀଙ୍କ କାର୍ଯ୍ୟକାଳ ବୃଦ୍ଧି, ବନ୍ଧାଲି ଦରବୃଦ୍ଧି ,ବନ୍ଦ କରିଦେଇଥିବା କେ.ଏଲ.ଡି.ବି.ମିଟିଂ ପୂର୍ବବତ ଚାଲୁ ରଖିବା , ଓ.ଏଫ. ଡି. ସି. ରେ ନେଉଥିବା ୧୦% କମିଶନ କୁ ହ୍ରାସ ଇତ୍ୟାଦି ଦାବୀ କୁ ନେଇ  ସଂଘ ର ରାଜ୍ୟ ବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି।ଏହି ଯଥାର୍ଥ ଦାବୀ ଗୁଡିକୁ ସରକାର ବର୍ତ୍ତମାନ ସୁଦ୍ଧା କର୍ଣ୍ଣପାତ କଲେ ନାହିଁ।ଏଣୁ ଗତ ସପ୍ତାହରେ ସଙ୍ଘ ସେକ୍ରେଟାରିଏଟ କମିଟି ବୈଠକରେ ରାଜ୍ୟର ସମସ୍ତ ୧୯ଟି ଡିଭିଜନ ରେ ତଥା ୨୩ଟି ଜିଲ୍ଲାରେ ଯେଉଁଠି ଯେମିତି ସୁବିଧା ହେବ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡି.ଏଫ.ଓ. କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣ ଧାରଣା ମାଧ୍ୟମରେ ଶକ୍ତି ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ତତ୍ ମୁତାବକ ଆଜିର ଖରିଆର  ଡିଭିଜନ କମିଟି ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଜୁନ ଏକ ତାରିଖ ଗୁରୁବାର ଦିନ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାରା ଜିଲ୍ଲାର ତୋଳାଳୀ ଓ ସିଜିନାଲ ଷ୍ଟାଫ ଜୋରଦାର ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଦାବୀ ପତ୍ର ପ୍ରଦର୍ଶନ ପାଇଁ ନିଷ୍ପତ୍ତି ହେଲା। ଏହି ଏକ ସପ୍ତାହ ମଧ୍ୟରେ ପ୍ରତ୍ୟେକ ରେଞ୍ଜ କମିଟି ନିଜନିଜ ରେଞ୍ଜରେ ପ୍ରସ୍ତୁତି ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଆସନ୍ତା ଜୁନ ଏକ ତାରିଖରେ ହେବାକୁ ଥିବା ଐତିହାସିକ ବିଶାଳ ଘେରାଉ ଓ ବିକ୍ଷୋଭ କୁ ପୂର୍ଣ୍ଣ ମାତ୍ରାରେ ସଫଳ କରିବା ପାଇଁ ସାରା ଜିଲ୍ଲାର ସମସ୍ତ ତୋଳାଳୀ ଓ ସିଜିନାଲ ଷ୍ଟାଫ ଙ୍କୁ ଶ୍ରୀ ପାଣିଗ୍ରାହୀ ଆହ୍ୱାନ ଦେଇଛନ୍ତି।ପରିଶେଷରେ ତରବୋଡ଼ ରେଞ୍ଜ ସମ୍ପାଦକ  ସୁରେଶ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅବଦୁଲ ରସିଦ,ସନ୍ତୋଷ ସାହୁ,ଗୌତମ ବରିହା,ଡୋରେଶ୍ୱର ପଟେଲ,ପାଲେଶ୍ୱର ମାଝୀ, ଓଁକାର ରାଉତ,ଅର୍ଜୁନ ମାଝୀ, ପଦ୍ମନ ମାଝୀ, ପଦ୍ମନ ବନଛୋର,ମହେଶ ମହରା, ହରିସିଂ ମାଝୀ, କୃଷ୍ଣବଲ୍ଲଭ ବାରିକ,ନଟବର ନାଗ, ରୁଦ୍ର ନାଗ, ମଙ୍ଗଳସାଇ ବଗର୍ତ୍ତୀ, ଦମନ ନାୟକ,କୈଳାଶ ସାହୁ ପ୍ରମୁଖ ସାମିଲ ହୋଇ ନିଜନିଜର ଅମୂଲ୍ୟ ମତ ପ୍ରଦାନ କରିବା ସହିତ ଆଗାମୀ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବିଭିନ୍ନ ମତାମତ ପ୍ରଦାନ କରିଥିଲେ।

Leave A Reply