ନୂଆପଡା- ୪/୫ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ସଦର ମହକୁମା ଧରମବନ୍ଦା ସେକ୍ସନ ସିଲିଆରୀବାହାରା ଗାଁ ରୁ ଗତ ତିନି ସପ୍ତାହ ତଳେ ୧୬ ଏପ୍ରିଲ ୨୦୨୩ ଦିନ ଅସୁସ୍ଥ ଅବସ୍ଥା ରେ କଲରାପତରିଆ ବାଘକୁ ଉଦ୍ଧାର କରି ନୂଆପଡା ବନ ବିଭାଗ କାର୍ଯ୍ୟାଳୟ ରେ ତାର ଚିକିତ୍ସା ଜାରି ରହିଥିବା ବେଳେ ବର୍ତମାନ ଦିନକୁ ଦିନ ବାଘର ସ୍ଵାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା। ସମୟ ଅନୁସାରେ ବାଘର ସ୍ଵାସ୍ଥ୍ୟବସ୍ଥା ରେ ଉନ୍ନତି ହେବା ପରିବର୍ତ୍ତେ ବାଘର ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରେ ଲାଗିଛି। ଫଳରେ ବାଘ କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ଭୁବନେଶ୍ଵର ସ୍ଥିତ ଓୟୁଏଟି ଅଧିନରେ ଥିବା ବନ୍ୟପ୍ରାଣୀ ଚିକିତ୍ସା କେନ୍ଦ୍ର ର ଏକ ବିଶେଷଜ୍ଞ ଦଳ ନୂଆପଡା ରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ବନ୍ୟପ୍ରାଣୀ ଚିକିତ୍ସା କେନ୍ଦ୍ର ର ସଂଯୋଜକ ଇନ୍ଦ୍ରମଣି ନାଥ ଏବଂ ସୈାରଭ ସଠୁଆ ଙ୍କ ନେତୃତ୍ୟରେ ଦୁଇ ଜଣିଆ ବିଶେଷଜ୍ଞ ଦଳ ଚିକିତ୍ସା ଜାରି ରଖିଛନ୍ତି । ତେବେ ଅସୁସ୍ଥ କଲରାପତରିଆ ବାଘ କୁ ବାବେସିଆ ରୋଗ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଚିକିତ୍ସା ପରେ ବାଘ ର ସ୍ଵାସ୍ଥ୍ୟବସ୍ଥା ରେ ସୁଧାର ଆସୁଥିବା ବିଶେଷଜ୍ଞ ଦଳ ପ୍ରକାଶ କରିଥିବା ବେଳେ ଏକ ସପ୍ତାହ ଧରି ବାଘ ର ଚିକିତ୍ସା କରାଯିବ ବୋଲି କୁହାଯାଇଛି ।