ନୂଆପଡ଼ା-୨/୪ ସକାଳ ଖବର (ସୁରେନ୍ଦ୍ର ତିୱାରୀ) : ଭରତୀୟ ଜନତା ପାର୍ଟି କୋମନା ବ୍ଲକ ଅନ୍ତର୍ଗତ ବଂଜାରୀ ମଣ୍ଡଳ ର କାଣ୍ଡେତରା, ଗଣ୍ଡାମେର, ଠିକପାଲି ଓ ନୂଆଗାଁ ଗ୍ରାମପଞ୍ଚାୟତ ର ସମସ୍ତ ବୁଥ ସ୍ତରୀୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଙ୍କ ବୈଠକ ବୁଥ ଶସକ୍ତିକରଣ ଅଭିଯାନ ମୁତାବକ ଗଣ୍ଡାମେର ଛକ ଫୁଟବଲ ପଡିଆ ଠାରେ ମଣ୍ଡଳ ସଭାପତି ଡମ୍ବରୁ ଧର ମହାନନ୍ଦ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ସାମିଲ ହୋଇ କର୍ଯ୍ୟକର୍ତ୍ତା ଙ୍କୁ ବୁଥ ସଶକ୍ତିକରଣ ପ୍ରକ୍ରିୟା ଓ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ର ବାର୍ତ୍ତା ଗାଁ ଗାଁ ଘରେ ଘରେ ପହଞ୍ଚେଇବା ପାଇଁ ସମସ୍ତଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ ପ୍ରେରିତ କରିଥିଲେ। ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ ତେଇଶ ବର୍ଷ ଧରି ଚାଲିଥିବା ଜନ ବିରୋଧୀ ସରକାର କୁ ପରିବର୍ତ୍ତନ କରି ବିଜେପି କୁ ଜିତେଇବା ପାଇଁ ଶପଥ ଓ ସଂକଳ୍ପ ନେବା ପାଇଁ ସମସ୍ତ କାର୍ୟ୍ଯକର୍ତ୍ତା ଙ୍କୁ ସାଂସଦ ଶ୍ରୀ ପଣ୍ଡା ଆହ୍ୱାନ ଦେଇଥିଲେ।ଏହି ବୈଠକ ର ଆୟୋଜନ ପାଇଁ ଏସ.ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ମନିଜର ଆର୍ଯ୍ୟ ଓ ଗଣ୍ଡାମେର ସରପଞ୍ଚ ପ୍ରହଲ୍ଲାଦ ଶବର ଦାୟିତ୍ବ ନିର୍ବାହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦାନନ୍ଦ ଯୋଶୀ,ଦୃଷ୍ଟି ମାଝି, ତୁଲସ ପଟେଲ,ଦଧି ନାଗ,ଚିତ୍ତରଞ୍ଜନ ପାଢ଼ୀ, କବି ଦାସ,ସରୋଜ ପଣ୍ଡା, ଅଜୟ ସାହୁ,ଭୁବନେ ବାଗ,ଦେବଦାସ ନିଆଲ,ଘାସିରାମ ସତନାମୀ,ସହଦେଵ ଭୋଇ,ପର୍ଶୁ ଶବର,ଇନ୍ଦ୍ର ସୁନା,କେସୁ ସାହୁ,ରମଣୀ ରଣା, ମୋହନ ଶବର ,ନୀଳମଣି ଶବର,ନିଲ ନାଗ ପ୍ରମୁଖ ଙ୍କ ସମେତ ଶତାଧିକ କାର୍ୟ୍ଯକାର୍ତ୍ତା ସାମିଲ ହୋଇଥିଲେ।
