Odisha news

ଜାତୀୟ ରାଜପଥ କଡରେ ବାର ଖୋଲିବାକୁ ନେଇ ଜନ ଅସନ୍ତୋଷ

0

ନୂଆପଡା-୩୧/୩ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଜାତୀୟ ରାଜପଥ କଡରେ ଖୋଲିବାକୁ ଯାଉଥିବା ବିଦେଶୀ ମଦ ବାର ଦୋକାନ କୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିୟମ ଅନୁସାରେ ରାସ୍ତାରୁ ୫୦୦ ମିଟର ବ୍ରେଦୂରେ ମଦ ଦୋକାନ କିମ୍ବା ବାର ଖୋଲିବା କଥା। କିନ୍ତୁ ରାସ୍ତା କଡରେ ବାର ଖୋଲିବାକୁ ପ୍ରଶାସନ କିପରି ଅନୁମତି ପ୍ରଦାନ କରୁଛନ୍ତି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅଭିଯୋଗ ଅନୁସାରେ ନୂଆପଡା ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ଏକ କିଲୋମିଟର ଦୂରରେ ୩୫୩ ଜାତୀୟ ରାଜପଥ କୁ ଲାଗି ଏକ ବାର ଖୋଲିବାକୁ ଯାଉଛି। ଜାତୀୟ ରାଜପଥକୁ ଲାଗିକରି ବାର ଖୋଲୁଥିବାରୁ ଭବିଷ୍ୟତରେ ବିଭିନ୍ନ ଦୁର୍ଘଟଣା ଘଟିବାକୁ ଏଡାଇ ଦିଆଯାଇ ନପାରେ। ପୁଣି ପଛପଟରେ ଏକ ନର୍ସିଂହୋମ ମଧ୍ୟ ରହିଛି। ଏନେଇ ଜନସାଧାରଣଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜାତୀୟ ରାପଥରେ ଓ ନୂଆପଡ଼ା ଜିଲ୍ଲା ରେ ବାଇକ୍ ଦୁର୍ଘଟନା ରାଜ୍ୟରେ  ସର୍ବାଧିକହାର ଥିବା ବେଳେ ଏଭଳି ଅନୁମତି କୁ ସାଧାରଣ ରେ ବିରୋଧ କରାଯାଉଛି।

Nalco
Leave A Reply