ନୂଆପଡା-୨୧/୩ ସକାଳ ଖବର(ସୁରେନ୍ଦ୍ର ତିୱାରୀ) : ଛତିସଗଡ ରାଜ୍ୟ ରାଜଧାନୀ ରାୟପୁର ସ୍ଥିତ ବାଲାଜି ହସପିଟଲରୁ ରୋଗୀ କୁ ନେଇ ଆସୁଥିବା ଏକ ଏମ୍ବୁଲେନ୍ସ ଗାଡି ନୂଆପଡା ଜିଲ୍ଲା ବୋଡେନ ଥାନା ବିରେଶକେଲା ଗାଁ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସୱେ ର ଏକ ନିର୍ମାଣଧିନ ସେତୁ କାନ୍ଥରେ ପିଟିହୋଇ ଦୁର୍ଘଟଣା ଘଟିଥିବାରୁ ଜଣେ ମ଼ତ ଓ ତିନି ଜଣ ଆହାତ ହୋଇଛନ୍ତି। ମୃତକ ରୋଗୀ ଙ୍କ ନାମ ଜନକ ମନହିରା ବୋଲି ଜଣାପଡିଛି,ଜନକ ମନହିରା ଛତିଶଗଡ଼ ରାଜଧାନୀ ରାୟପୁର ସ୍ଥିତ ବାଲାଜି ହସପିଟାଲ ରେ ଚିକିତ୍ସିତ ହୋଇ ତାଙ୍କ ଧରଣିମାଲ ଗାଁ କୁ ଫେରୁିବାବେଳେ ଆଜି ପ୍ରାତଃ ଏମ୍ବୁଲେନ୍ସ ଗାଡି ବିରେସକେଲା ର ଏକ ସେତୁ ର କାନ୍ଥ ରେ ଭାରସାମ୍ୟ ହରାଇ ପିଟିହୋଇଥିଲା, ଯାହା ଫଳ ରେ ରୋଗୀ ର ଘଟଣାସ୍ଥଳ ରେ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ସମେତ ତିନି ଜଣ ଆହାତ ହୋଇ ବୋଡେନ ହସପିଟାଲ ରେ ଚିକିତ୍ସାଧିନ ଅଛନ୍ତି|
