Odisha news

ତହସିଲଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅଞ୍ଚଳରେ ଅସନ୍ତୋଷ ଦାନା ବାନ୍ଧୁଛି।

0

ନୂଆପଡ଼ା-୪/୨ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ଖଡ଼ିଆଳ ତହସିଲଦାରଙ୍କ କାର୍ଯ୍ୟପନ୍ଥା ଓ  ସାଧାରଣ ଲୋକଙ୍କ ସହ ବ୍ୟବହାର କୁ ନେଇ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡିଛନ୍ତି ବୋଳି  ଅଭିଯୋଗ କରୁଥିବା ସହ ଜନସାଧାରଣ ରେ  ଅସନ୍ତୋଷ ର ଦାନ ବାନ୍ଧୁଛି । ଆଜକୁ ପ୍ରାୟ ଚାରିବର୍ଷ ହେବ ଗୋଟିଏ ସ୍ଥାନରେ ଅଵସ୍ଥାପିତ ହୋଇଥିବା ରୁ  ଅଞ୍ଚଳ ର ବେନିୟମ କାର୍ଯ୍ୟକଳାପ କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି । ଯେମିତି କି ବାଲି ମାଫିଆ, ବେନିୟମ କ୍ରସର ମାଲିକଙ୍କ ସହ ସଲାସୁତୁରା କରି ମାଲେମାଲ ହେଉଥିବା ଗୁରୁତର ଅଭିଯୋଗ ହୋଇଛି । ତହସିଲଦାର ନିଜ ସରକାରୀ ଚେମ୍ବର ରେ ନବସି କମ୍ପ୍ୟୁଟର କକ୍ଷ ରେ ବସୁଥିବା ସମସ୍ତ ଙ୍କୁ ବ୍ୟଥିତ କରୁଛି । ତାଙ୍କ କାମ ସବୁ ଅତିରିକ୍ତ ତହସିଲଦାର କରୁଥିବା ଦେଖାଦେଇଛି। ଅନେକ ଅଭିଯୋଗ ର ଶୁଣାଣି ଫାଇଲ ତଳେ ଚାପି ହୋଇ ରହିଛି । ଏମିତିକି କୌଣସି ଅଭିଯୋଗ କୁ ଭ୍ରୁକ୍ଷେପ ନକରି କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ବର୍ତ୍ତମାନ ତହସିଲଦାର ସିନ୍ଧୁସୂତା ପାତ୍ରଙ୍କୁ ଅତିରିକ୍ତ ଭାବେ ଖଡ଼ିଆଳ ବିଡ଼ିଓ ଦାୟିତ୍ୱ ଦେଇଥିବା ରୁ ନା ବ୍ଲକ କାର୍ଯ୍ୟାଳୟ ନା ତହସିଲ କାର୍ଯ୍ୟାଳୟ ହୋଇ ପାରୁଛନ୍ତି । ଏଣୁ ଖଡ଼ିଆଳ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ସବୁ ଧିମେଇ ଯିବା ସ୍ୱାଭାବିକ ହୋଇ ପଡିଛି । ଏଣୁ ଖଡ଼ିଆଳ ର ବିକାଶ ପାଇଁ ପୃଥକ ପୃଥକ ତହସିଲଦାର ଓ ବିଡ଼ିଓ ଙ୍କୁ ନିଯୁକ୍ତି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ନହେଲେ ସ୍ଥାନୀୟ ଅଞ୍ଚଳ ବାସୀ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Nalco
Leave A Reply