Odisha news

ଝାଡା ବାନ୍ତି ଆକ୍ରାନ୍ତ କାପସୀ ଗ୍ରାମରେ ପହଞ୍ଚିଲେ ଡାକ୍ତରୀ ଦଳ

ନୂଆପଡା-୪/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ) ଗତକାଲି ବିଭିନ୍ନ ଗଣମାଧ୍ୟମ ରେ କାପସି ଗ୍ରାମ ରେ ଝାଡ଼ାବାନ୍ତି ଖବର ପ୍ରକାଶିତ ହେବାପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତ୍ୱରିତ ପଦକ୍ଷେପ ଗ୍ରହନକରି ସିନାପାଲି ବ୍ଲକ ଅନ୍ତର୍ଗତ କାପସୀ ଗ୍ରାମ କୁ ଏକ ଡାକ୍ତରୀ ଦଳ ପଠାଇ ଡାଇରିଆ କୁ ଆୟତ୍ତ ରେ ନେବାକୁ ତାଗିଦ କରିଥିଲେ। ଆକ୍ରାନ୍ତଙ୍କ ମଧ୍ୟରେ ଚାରି ଜଣ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଏକାଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ନିଜ ଘରେ ଚିକିତ୍ସିତ ହେଉଥିଲେ। ଝାଡ଼ାବାନ୍ତି ଆକ୍ରାନ୍ତ କାପସୀ ଗ୍ରାମର ମାଝୀପଡା କୁ ପହଞ୍ଚିଲେ ଡାକ୍ତରୀ ଦଳ। ସେହିପରି ଗତ କାଲି ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତ ବ୍ୟକ୍ତିମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହାକୁ ଆଧାର କରି ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଅଙ୍ଗତରାମ ମଝୀ, ହୃଷୀକେଶ ସା , ଡା.ଶ୍ରୀନିବାସ ଦାସ ,ସୁନିଲ କୁମାର ଠାକୁର,ଜାଜ୍ଞସେନି ସୁନାନି,ଫତିମା ବେଗମ,କାପସି ଗ୍ରାମକୁ ପହଂଚି ଔଷଧ ବଣ୍ଟନ ଓ ସଚେତନତା ସୃଷ୍ଟି କରିଛନ୍ତି।ଘର ଘର ବୁଲି ଔଷଧ ବଣ୍ଟନ କରିଥିଲେ ଓ ସ୍ୱଚ୍ଛ ପରିବେଶ, ଫୁଟା ପାଣି, ଓ.ଆର.ଏସ ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ। ଝାଡା ବାନ୍ତି ନିୟନ୍ତ୍ରଣରେ ଥିବା ସୂଚନା ମିଳିଛି। ସୁନୀଲ କୁମାର ଠାକୁର ଏବଂ ଯlଜ୍ଞସେନୀ ସୁନାନୀ ଙ୍କ ଏଭଳି ସେବାକାମକୁ ଦେଖି କାପସୀ ଗ୍ରାମବାସୀ ପ୍ରଶଂସା କରିଛନ୍ତି l

IEC 2 years

Comments are closed.