Odisha news

ନୂଆପଡ଼ା ଜିଲ୍ଲା ପ୍ରେସକ୍ଲବ ର ସାଧାରଣ ବୈଠକ।

0
ନୂଆପଡା- ୧/୨ ସକାଳ ଖବର (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ କଲ୍ୟାଣ ମଣ୍ଡପ ଦୁଇ ଠାରେ ନୂଆପଡା ଜିଲ୍ଲା ପ୍ରେସକ୍ଲବ ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୂର୍ବତନ ସଭାପତି ଅଜିତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ପରେ ନୂତନ ନିର୍ବାଚିତ ସଭାପତି ପରମେଶ୍ୱର ବାରିକ ,ସାଧାରଣ ସମ୍ପାଦକ ତପନ ରଞ୍ଜନ ଦାଶ ,ଉପ ସଭାପତି ଡେନିସ ରାୟ ,କୋଷାଧ୍ୟକ୍ଷ ହେମନ୍ତ  କୁମାର  ବେହେରା, ସଂଯୋଜକ କୁନାଲ ଚରଣ ବେହେରା ଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ଦାୟିତ୍ୱ ଦେବା ସମୟରେ ପୂର୍ବତନ ସଭାପତି ଅଜିତ ପଣ୍ଡା ନୂଆପଡା ଜିଲ୍ଲା ପ୍ରେସକ୍ଲବ ଯେଉଁ ଲକ୍ଷ ନେଇ ଗଠନ କରାଯାଇଛି ତାକୁ ସମ୍ମାନ ଦେବା ପାଇଁ ନବ ନିଯୁକ୍ତ କମିଟି କୁ ପରାମର୍ଶ ଦେଇଥିଲେ ।
ପରେ ସମସ୍ତ ନୂତନ ନିର୍ବାଚିତ କମିଟି କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରେସ କ୍ଲବ ବରିଷ୍ଠ ପରାମର୍ଶ ଦାତା ଦ୍ବୟ ମେଜର ଡ଼. ରାମଚନ୍ଦ୍ର ମିଶ୍ର  ଓ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ସିଂ ଦେଓ ନୂତନ କମିଟି କୁ ସ୍ୱାଗତ କରିଥିଲେ । ପରେ ସାତ ଜଣ ନୂତନ ସଦସ୍ୟ,ଦୀନବନ୍ଧୁ ଛତ୍ରିଆ,  ଗଣେଶ ରଣା,ମୁନା ପାଣିଗ୍ରାହୀ, ବିପୁଳ କୁମାର ଦାସ, ଚିତ୍ତ ମହାନ୍ତି, ସୃଜିତ ସିଂ ମହାରଥା,ରଘୁ ନାଗ ଓ ଜୟମାଧବ ହୋତା  ଙ୍କୁ ସାମିଲ  କରା ଯାଇଥିଲା । କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ସାମ୍ବାଦିକ ଶାମ୍ବ କୁମାର ସରାଫ, ବାପିନା ସାହୁ ଓ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଖଡ଼ିଆଳ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଆଦିତ୍ୟ କୁମାର ବେହେରା ଯୋଗଦାନ କରିଥିଲେ । ଶେଷ ରେ ନୂତନ ସଭାପତି ଶ୍ରୀ ବାରିକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Nalco
Leave A Reply