Odisha news

ପଲ୍ଲୀବିକାଶ ପକ୍ଷରୁ ମିଲେଟ ମିଶନ ଉଦଘାଟିତ

0
ନୂଆପଡା-୧/୨ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) ସ୍ୱେଚ୍ଛା ସେବି ସଂସ୍ଥା ପଲ୍ଲୀବିକାଶ ପକ୍ଷରୁ ମିଲେଟ ମିଶନ ଉଦଘାଟିତ ହୋଇଯାଇଛି। ଓଡିଶା ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟଅତିଥି ଏବଂ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ମିଲେଟ ମିଶନକୁ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେଇ ଚଷିଙ୍କ ଆୟ କୁ ଦ୍ବିଗୁଣିତ କରିବାରେ ସହାୟକ ହୋଇଛି ବୋଲି ପ୍ରକାଶ କରିଥିଲେ। ମିଲେଟ ମିଶନ ଦ୍ବାରା କ୍ଷୁଦ୍ରଶସ୍ୟ ପ୍ରୋତ୍ସାହିତ କରି ଚାଷ ଏବଂ ଚାଷୀଙ୍କୁ ଉତ୍ସାହିତକରି, ଲୋପ ପାଉଥିବା ମିଲେଟ ଚାଷ ର ଚାହିଦା ବୃଦ୍ଧି ହୋଇଅଛି ବୋଲି କହିଥିଲେ। ମୁଖ୍ୟତଃ କ୍ଷୁଦ୍ରଶସ୍ୟର ସହାୟକ ମୂଲ୍ୟ ଘୋଷଣା କରିଛନ୍ତି, ଓଡ଼ିଶା ରାଜ୍ୟ ର ମିଲେଟ୍ ଶସ୍ୟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଓଡିଶା ମିଲେଟ ମିଶନ କୁ ଭୂରି ଭୁରି ପ୍ରଶଂସା କରିଛନ୍ତି। ମନ୍ତ୍ରୀ ଶ୍ରୀ ଢୋଲକିଆ ଏବଂ ବିଧାୟକ ଶ୍ରୀ ପାଣଗ୍ରାହୀ ଉଭୟ ମିଲେଟଦ୍ଵାରା  ପ୍ରସ୍ତୁତ ବ୍ୟଞ୍ଜନ ଗ୍ରହଣ କରିଥିଲେ।
Nalco
Leave A Reply