Odisha news

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

0

ନୂଆପଡ଼ା, ୨୪/୦୧- ହୋଲିହୋମ୍ ଏଜୁକେସନାଲ କମ୍ଲେକ୍ସ, ସିନାପାଲି, କରୁ ୁମପୁରୀ, ଜିଲ୍ଲା , ନୂଆପଡ଼ାର ସଭା ଗୃହରେ ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହେବା ସହିତ ଅନୁଷ୍ଠାନର ବାର୍ଷିକ କ୍ରୀଡା ପ୍ରତିଯୋଗିତା ବିଜେତା ଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଛି
ା ଉକ୍ତ କାର୍ଯ୍ୟକ୍ରମର ଅବସର ପ୍ରାପ୍ତ ବରିଷ୍ଠ କ୍ରୀଡ଼ା ଶିକ୍ଷକ ଓ ସଂଗଠକ ଶ୍ରୀଯୁକ୍ତ ପମ୍ପୁଲାଲ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବାଳିକା ଉଚ୍ଚ ବିଦ୍ୟାଳୟ, ନୂଆପଡାର ଶିକ୍ଷୟିତ୍ରୀ ଶ୍ରୀମତୀ ସରସ୍ୱତୀ ଶବର ଓ କୋମନାର ଡାକ୍ତର ଜୟାନନ୍ଦ ଯୋଷୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଜୁକେସନାଲ କମ୍ଲେକ୍ସର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କରଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିବା ଉକ୍ତ ଜୟନ୍ତୀ ଉତ୍ସବରେ ଛାତ୍ରୀଗଣ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ସ୍ମତିଚାରଣ କରି ବକ୍ତୃତା ଓ ସଂଗୀତ ଗାନ କରିଥିଲେ । ଅତିଥିଗଣଙ୍କ ଅଭିଭାଷଣ ପରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ବିଜେତା ଓ କମ୍ପ୍ଲେକ୍ସର ସ୍ୱେଚ୍ଛାସେବୀ ହିସାବରେ ୩୧ ଜଣ ଛାତ୍ରୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କମ୍ପ୍ଲେକ୍ସର ଦଶମ ଶ୍ରେଣୀର ଛାତ୍ରୀ କୁମାରୀ ଭାନୁମତୀ ମାଝୀ ୨୦୨୨-୨୩ ବର୍ଷ
ପାଇଁ କ୍ରୀଡା ଚାମ୍ପିଆନ ଭାବେ ସମ୍ବର୍ଦ୍ଧିତ ହୋଇଥିଲେ । ହୋଲି ହୋମ୍ର ସମସ୍ତ କର୍ମକର୍ତା ଓ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Nalco
Leave A Reply