Odisha news

ଦୁର୍ଗମ ଅଞ୍ଚଳକୁ ଗସ୍ତକରି ଲୋକଙ୍କ ସମସ୍ୟା ବୁଝିଲେ ଓ କୋଭିଡ ଟୀକା ନେବା କୁ ଲୋକଙ୍କୁ ଅନୁରୋଧ କଲେ- ବିଡ଼ିଓ ବୋଡେ଼ନ।

ନୂଆପଡା-୪/୭ ସକାଳ ଖବର ( ସୁରେନ୍ଦ୍ର ବପ୍ରସାଦ ତିୱାରୀ ) : ନୂଆପଡା ଜିଲ୍ଲା ବୋଡେ଼ନବ୍ଲକ ବିଡ଼ିଓ ତଥା କନିଷ୍ଟ ଯନ୍ତ୍ରୀ ମାନଙ୍କୁ ଆଜି ରବିବାର ଛୁଟି ନାହିଁ କି ତାଙ୍କ ପାଇଁ ବିଶ୍ରାମ ନାହିଁ ? ପ୍ରଶାସନ କୁ ଲୋକାଭିମୁଖୀ କରିବା ପାଇଁ, ଲୋକଙ୍କ ସେବା ରେ ଦେବ ଦୂତ ସାଜି ସମସ୍ୟା ଥିବା ଲୋକ ଙ୍କ ପାଖରେ ପହଞ୍ଚି ହାତ ବଢ଼ାଇ ଥିବା ଦେଖିବା କୁ ମିଳିଛି । ଆଜି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଦୁର୍ଗମ ନାଗପଡା ଗ୍ରାମ ପଞ୍ଚାୟତ ର ଖୋଲି ଭିତର ଗ୍ରାମକୁ ଯାଇଥିଲେ ବୋଡେ଼ନ ଗୋଷ୍ଟି ଉନ୍ନୟନ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ଭୋଇ,କନିଷ୍ଠ ଯନ୍ତ୍ରୀ ସଞ୍ଜୟ ବେହେରା ସେଠାରେ ଲୋକଙ୍କ ବିଭିନ୍ନ ସମସ୍ୟା ଶୁଣି ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ବର୍ଷା ଦିନ ରେ ନଦୀ ରେ ପାଣି ଯାଉଥିବା ରୁ ଯାତାୟାତ ବହୁତ ଅସୁବିଧା ହେଉଥିବା ଆଜି ସ୍ୱଚକ୍ଷୁରେ ବିଡ଼ିଓ ଶ୍ରୀ ଭୋଇ ଦେଖି ଏଠାରେ କେତେ ଅସୁବିଧା ଅଛି ଜାଣିପାରିଥିଲେ । ଶେଷରେ ଉପସ୍ଥିତ ସମସ୍ତ ଗ୍ରାମ ଲୋକଙ୍କୁ ନେଇ ଏକ ବୈଠକ କରି କୋଭିଦ ଭେକସିନ ଟୀକା ନେବା ନିମନ୍ତେ ଆନୁରୋଧ କରିଥିଲେ। ଏପରି ଛୁଟି ଦିନ ରେ ମଧ୍ୟ ଗାଁ ଗାଁ ଯାଇ ମହାମାରୀ ସମୟରେ କୋଭିଡ ଟୀକା ନେବା ପାଇଁ ସଚେତନତା କରିବା ସହ ଲୋକଙ୍କ ସମସ୍ୟା ବୁଝୁଥିବା ଜନସାଧରଣ ଦେଖି ବୋଡେ଼ନ ବିଡ଼ିଓ ଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

IEC 2 years

Comments are closed.