Odisha news

ଅନୈତିକ ସମ୍ପର୍କ:- ସ୍ତ୍ରୀ କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବା ଅଭିଯୋଗରେ ସ୍ବାମୀ ଗିରଫ।

0
ନୂଆପଡ଼ା- ୭/୧୨ ସକାଳ ଖବର (ସୁରେନ୍ଦ୍ର ତିୱାରି) : ଖଡିଆଳ ଥାନ ଅନ୍ତର୍ଗତ କାସିପଲା ଗ୍ରାମର କେଶବ ଚଲାନ ଙ୍କ ଝିଅ ସସ୍ମିତା ବ୍ବାରିକ,ବୟସ ୩୦ କୁ ଚଲାନପଡା ଗ୍ରାମ ର ଯୁଧିଷ୍ଠିର ବାରିକ ଙ୍କୁ ଗତ ୨୦୦୯ ମସିହାରେ ବିବାହ ଦେଇଥିଲ । ହେଲେ ଗତ ଡିସେମ୍ବର ୫ ତାରିଖ ଦିନ ନିଜ  ସ୍ତ୍ରୀ ସସ୍ମିତା କୁ ମାରିଦେଇ  ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ମିଛ ନାଟକ କରି ମୃତ୍ ସ୍ତ୍ରୀ କୁ ସ୍ଥାନୀୟ ମିଶନ ହସ୍ପିଟାଲ  କୁ ଚିକିତ୍ସା କରିବାକୁ ନେଇଥିଲା , ହେଲେ ସସ୍ମିତା ମୃତ୍ୟୁ ବରଣ କରିସାରିଥିଲେ ବୋଲି ଆଜି ଖଡିଆଳ ଠାରେ ଆହୂତ ସାମ୍ବାଦିକ ସମ୍ମିଲନୀ ରେ  ଏସଡିପିଓ ସନ୍ତକ ଜେନା ପ୍ରକାଶ କରିଛନ୍ତି । ସୁଚନା ମତେ ଗତ ଡ଼ିସେମ୍ବର ୫ ତାରିଖରେ ନିଜ ଝିଅ ସସ୍ମିତା ର ମୃତ୍ୟ ଖବର ପାଇଲା ପରେ କେଶବ ଚଲାନ ଝିଅ ସସ୍ମିତା କୁ ମୋ ଜ୍ବାଇଁ ଯୁଧିଷ୍ଠିର ମାରିଦେଇଛି ବୋଳି ଖଡ଼ିଆଳ ଥାନା ରେ କେସ ନମ୍ୱର୍ ୫୦୫/୨୦୨୨  ଏତଲା ଦାୟର କରିଥିଲେ । ଏତଲା ରେ ଉଲ୍ଲେଖ ଅଛି ଯେ ଆଗରୁ ଜଣେ ବିବାହିତା ସ୍ତ୍ରୀ ସହିତ ଯୁଧିଷ୍ଠିର ର ପ୍ରେମ ସମର୍କ ଥିଲା ଓ ମୋ ଝିଅ କୁ ବାରମ୍ବାର ନିର୍ଯାତନା ଦେଉଥିଲା ବୋଲି ଅଭିଯୋଗ କରିବା ପରେ  ଖଡ଼ିଆଳ ପୋଲିସ ଯୁଧିଷ୍ଠିର ଘରକୁ ଯାଇ ତଦନ୍ତ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ ।  ବୁଧବାର ସାମ୍ବାଦିକ ସମ୍ମିଲନୀ ରେ ଏସଡ଼ିପିଓ ସନ୍ତକ ଜେନା ଏହାର ଖୁଲାସା କରି  ଯୁଧିଷ୍ଠିର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ପ୍ରକାଶ କରିଥିଲେ । ସାମ୍ବାଦିକ ସମ୍ମଳନୀ ରେ ଥାନା ଦାୟିତରେ ଥିବା ପୋଲିସ ଅଫିସର ନବଘନ ଗଉଡ ଏବଂ ଉକ୍ତ କେସ ର ତଦନ୍ତ ଅଫିସର ସବ ଇନ୍ସପେକ୍ଟର ତାରାକାନ୍ତ ବିଶ୍ଵାଳ ଉପସ୍ଥିତ ଥିଲେ ।
IEC 2 years
Leave A Reply