ନୂଆପଡ଼ା-୧/୧୦ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡ଼ା ସଦର ମହକୁମା ସ୍ଥିତ ଭରଦ୍ବାଜ ମଣ୍ଡପ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଆସନ୍ତା ୭ ତାରିଖ ଦିନ ଖରିଆର ଠାରେ ହେବା ପାଇଁ ସ୍ଥିର କରାଯାଛି l ଏହି କାର୍ଯ୍ୟକ୍ରମ ରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକ ଓ ବରିଷ୍ଠ ନେତା ନରସିଂହ ମିଶ୍ର ସମେତ କଂଗ୍ରେସ୍ ଦଳର ସମସ୍ତ ବିଧାୟକ ମାନେ ଯୋଗ ଦେବାର ସ୍ଥିର ହୋଇଛି। ଏ ଅବସରରେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରୁ କଂଗ୍ରେସ କର୍ମକର୍ତ୍ତା ଯୋଗଦାନ କରିବାକୁ ନିବେଦନ କରାଯାଇଛି l
ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ସଭାପତି ଶ୍ରୀ ମାଝି ଙ୍କ ସମେତ ବରିଷ୍ଠ ନେତା ହାଲ୍ଲା ସିଂହ, ଜିଲ୍ଲାପରିଷଦ ସଭ୍ୟ ଭରତ ଲାଲ ରାଉତ ,ଦେବଦତ୍ତ ଦୀକ୍ଷିତ, ରାଜୁ ଜୈନ, ସଦର ବ୍ଲକ ସଭାପତି ଜଗଦୀଶ ସାହୁ, କୋମନା ବ୍ଲକ ସଭାପତି କୈଳାଶ ଚନ୍ଦ୍ର ବାଗ, ନୂଆପଡ଼ା ବିଧାନସଭା ଯୁବ କଂଗ୍ରେସ ସଭାପତି ଶାହାରୁଖ ଖାନ୍, ବରିଷ୍ଠ ନେତା ଇଶାକ ମହମ୍ମଦ, ଜିଲ୍ଲା କିଶାନ କଂଗ୍ରେସ ସଭାପତି ଦେବେନ୍ଦ୍ର ସାହୁ, ଛାତ୍ର ନେତା ସନ୍ନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
