Odisha news

ଡିୟୁଓଜେ ର ଏକ ସାଧାରଣ ବୈଠକ ଅନୁଷ୍ଠିତ

0

ନୂଆପଡ଼ା-୨୮/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ସିନାପାଲି ବ୍ଲକ୍ ସଭା ଗୃହ ରେ ନୂଆପଡ଼ା ଡିଷ୍ଟିକ ୟୁନିଅନ  ଅଫ ଜର୍ଣ୍ଣାଲିଷ୍ଟ ର ସାଧାରଣ ବୈଠକ  ଅନୁଷ୍ଠିତ ହୋଯାଇଛି। ବୈଠକ ରେ ସଂଘ ସଭାପତି ସୁଶାନ୍ତ କୁମାର କର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ସମ୍ପାଦକ ସିମାଞ୍ଚଳ ମହାପାତ୍ର, କୋଷାଧ୍ୟକ୍ଷ ଅଂଶୁମାନ ଅଗସ୍ତି ସିନାପାଲି ର ବରିଷ୍ଠ  ସାମ୍ବାଦିକ ଶୃଭ୍ରାଂଶୁ ନାୟକ, ନୀଳମଣି ପଣ୍ଡା, ମକାରୁ ବେମାଲ , ରମେଶ ଜଗତ ପ୍ରମୁଖ ମଞ୍ଚାସିନ ହୋଇଥିଲେ।ବୈଠକ ରେ ସଂଘ କୁ ପଞ୍ଜୀକୃତ କରିବା ପାଇଁ  ଅତିକମ ରେ ତିନିଟି ବୈଠକ ର ଆବଶ୍ୟାକ ଥିବାରୁ ଏହି ବୈଠକ ପରେ ସଂଘ୍ ପଞ୍ଜୀକୃତ ପାଇଁ ଆବେଦନ କରାଯାଇ ପାରିବ ବୋଲି ଆଲୋଚନା ହୋଇଥିଲା।ସେହିପରି ସଂଘ୍ ର ଗତ  ତିନିମାସ ର ଆୟ ବ୍ୟୟ ର  ବିବରଣୀ ପ୍ରଦାନ କରାଯାଇଥିଲା l ଏହା ବ୍ୟତୀତ ସଂଘ୍ ର  ନୂଆଖାଇ ଭେଟ ଘାଟ  ର ଆୟୋଜନ କରିବା ନେଇ ପ୍ରସ୍ତାବ ଗୃହୀତ ହେବା ସଙ୍ଗେ ସଙ୍ଗେ ନୂତନ ସାମ୍ବାଦିକ ମାନଙ୍କ ପାଇଁ ଏକ କର୍ମଶାଳା ର ଆୟୋଜନ ପାଇଁ ମଧ୍ୟ ପ୍ରସ୍ତାବ ଅନୁମୋଦିତ ହୋଇଥିଲା।ସେହିପରି ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ଖୁଟୁରାମ ସୁନାନି ଙ୍କ ଗିରଫଦାରୀ ପ୍ରତିବାଦ ରେ ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ସାକ୍ଷାତ କରିବାପାଇଁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

Govt
Leave A Reply