Odisha news

ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କ ମହାବିଦ୍ୟାଳୟ ପରିଦର୍ଶନ।

0
ନୂଆପଡା-୨୪/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ନାତକ ମହାବିଦ୍ୟାଳୟ କୁ ମାନ୍ୟବର ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ପରିଦର୍ଶନ ରେ କରିଥଲେ l ଏହି ସଭlରେ ମେଜର ଡ଼ଃ ରାମଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ପରିଚାଳନା କମିଟି ସଦସ୍ୟ ଡ଼ଃ ଫଣିନ୍ଦମ ସିଂ ଦେଓ, ଅଧକ୍ଷ ଡ଼ଃ ଅକ୍ଷୟ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା, ଜିଲ୍ଲା ବିଜେଡି ଛାତ୍ର ସଭାପତି ଅମିତ ସିଂ ଦେଓ, ମହିଳା ସଭାନେତ୍ରୀ ସରସ୍ବତୀ ବାଗ ସମେତ ଶିକ୍ଷା ଉପରେ ସାରଗର୍ଭ ବକ୍ତବ୍ୟ ରଖିଥିଲେ l ପରେ ମୁଖ୍ୟ ଅତିଥି ଶ୍ରୀ ଢୋଲକିଆ ଜିଲ୍ଲାର ଶିକ୍ଷା ଉପରେ ଆଲୋକପାତ କରିଥିଲେ l ମହାବିଦ୍ୟାଳୟ ର ପାନୀୟ ଜଳର ଅସୁବିଧା, ରାସ୍ତା, ଛାତ୍ରାବାସ,ଜମି ସମସ୍ୟା ଉପରେ ଗୁରୁତ୍ୱାରୋପ କରିଥିଲେ l ଛାତ୍ର, ଛାତ୍ରୀ ମାନେ ମନ୍ତ୍ରୀଙ୍କୁ କଲେଜର ବିଭିନ୍ନ ସମସ୍ୟା ଉପରେ ଏକ ଦାବିପତ୍ର ମଧ୍ୟ ଦେଇଥିଲେ l ମନ୍ତ୍ରୀ ଅଧିକାରୀ ମାନଙ୍କୁ ଏହାର ବିହିତ ପଦକ୍ଷେପ ତୁରନ୍ତ କରିବାପାଇଁ ପ୍ରତିଶୃତି ଦେଇଥିଲେ l ସଭା ଶେଷରେ ଅଧ୍ୟାପିକା ପ୍ରିତିଶ୍ରୁଧା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l
Nalco
Leave A Reply