ନୂଆପଡା-୪/୭ ସକାଳ ଖବର ( ସୁରେନ୍ଦ୍ର ବପ୍ରସାଦ ତିୱାରୀ) ପକ୍ଷାଘାତ ରୋଗରେ ସ୍ବାମୀ ଚାଳିଗଲେ । ଘରେ ସିକଲସେଲ ରୋଗରେ ପୀଡିତ ୫ ବର୍ଷର ପୁଅ । ବିଧବା ଶାଶୁ । କୁଳି ମଜୁରୀ କଲେ ଘରେ ଚୁଳି ଜଳେ , କାମ ନ ମିଳିଲେ ଭୋକିଲା ଶୋଇବାକୁ ପଡେ । ପୁଣି ରୋଗୀଣା ପୁଅର ଚିକିତ୍ସା, ଔଷଧ ପତ୍ର ବ୍ୟବସ୍ଥା କରିବାକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁ ଥିଲା ମାଁ ଝନାର ପୁଞିଙ୍କୁ । ଖବର ପାଇ ଦେବଦୂତ ସାଜି ସହାୟତାର ହାତ ବଢାଇଲେ ଖଡିଆଳ ସରକାରୀ ଡାକ୍ତରଖାନାର ଆୟୁଷ ଡାକ୍ତର ଅନ୍ନଦାଶଙ୍କର ଦାସ ।
ନୂଆପଡା ଜିଲ୍ଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ବାବେଘାଟି ଗାଁରେ ଟୁରଚୁ ପୁଞି କୁଳି ମଜୁରୀ କରି ପରିବାର ଚଳାଉ ଥିଲେ । କୌଣସି ଉପାୟରେ ପୁଅର ଚିକିତ୍ସା ତଥା ଔଷଧ ପତ୍ର ବ୍ୟବସ୍ଥା କରୁ ଥିଲେ । କିନ୍ତୁ,ଭଗବାନଙ୍କ ଲୀଳା ବିଚିତ୍ର । ଟୁରଚୁ ପୁଞି ପକ୍ଷାଘାତ ରୋଗରେ ପଡିଲେ । ଗତ ୩ ମାସ ତଳେ ମୢତ୍ୟୁବରଣ କଲେ । ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୢତ୍ୟୁ ପରେ ଅସହାୟ ହୋଇ ପଡିଲେ ପୁରା ପରିବାର । ଏ ପଟେ ସିକଲସେଲ୍ ରୋଗୀ ପୁଅ ସରୋଜର ଚିକିତ୍ସା ଚିନ୍ତା । ଗଣମାଧ୍ୟମରୁ ସୂଚନା ପାଇ ଖଡିଆଳ ସରକାରୀ ଡାକ୍ତରଖାନାର ଆୟୁଷ ଡାକ୍ତର ଅନ୍ନଦାଶଙ୍କର ଦାସ ଦେବଦୂତ ସାଜି ବାବେଘାଟି ଗାଁରେ ପହଞ୍ଚିଲେ । ସ୍ବାସ୍ଥ୍ୟ ପରୀକ୍ଷା ପରେ ଔଷଧ ପତ୍ର ବ୍ୟବସ୍ଥା କଲେ ।
ମାସକ ପାଇଁ ରାସନ ଯୋଗାଇ ଦେଲେ । ପ୍ରତି ମାସରେ ରେଡକ୍ରସ ବ୍ଲଡ ବ୍ୟାଙ୍କରୁ ରକ୍ତ ବ୍ୟବସ୍ଥା କରି ଦେଇଛନ୍ତି । ଡାକ୍ତର ଅନ୍ନଦାଶଙ୍କରଙ୍କ ମହାନୀୟତାକୁ ଲୋକେ ପ୍ରଶଂସା କରୁଛନ୍ତି । ପ୍ରକାଶ ଥାଉକି, ମହାମାରୀ କୋବିଡ଼ ସମୟରେ ଖଡିଆଳ ଅଞ୍ଚଳରେ ୧୪ ଜଣ କରୋନା ରୋଗୀ ମୢତକଙ୍କ ଶବକୁ ସତ୍କାର କରି କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ଡାକ୍ତର ଅନ୍ନଦାଶଙ୍କର ।

Comments are closed.