ନୂଆପଡ଼ା-୨୨/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ତରଫରୁ ବୁଧବାର ମଧ୍ୟରାତ୍ରି ତାଲାକୋଟ ଗ୍ରାମଠାରେ ଚଡଉ କରି ୩୦ ଖଣ୍ଡ ଶାଗୁଆନ କାଠଭରା ବୋଲେରୋ ଗାଡ଼ି ସହିତ ୩ ଜଣ କୁ ଗିରଫ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ହେଲେ ତାଲାକୋଟ ଗ୍ରାମର ଅଖିଲ ଚିନ୍ଦା ( ୩୫),କୁସୁମଯୋର ଗ୍ରାମର ଗୋପିନାଥ ରାଉତ ( ୩୯),ଓ ପୂର୍ଣ୍ଣଚନ୍ଦ୍ର ନାଗ (୪୦) ବୁଧବାର ମଧ୍ୟରାତ୍ରିରେ ଏହି ଶାଗୁଆନ କାଠ ଚୋରା ଚାରଣ ହେଉଥିଲା। କୌଣସି ସୂତ୍ରରୁ ସିନାପାଲି ବନଖଣ୍ଡ ଅଧିକାରୀ ମୁରାରୀ ପଣ୍ଡା ଖବର ପାଇଥିଲେ।ସିନାପାଲି ବନଖଣ୍ଡ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଙ୍କ ସହିତ ଏହି ଚଡଉ କରାଯାଇଥିଲା। ଏହି ଚୋରାଚାଳଣା କାଠ ସିନାପାଲି ଥାନା ଅନ୍ତର୍ଗତ କୁସୁମଯୋର ଗ୍ରାମ କୁ ପହଞ୍ଚାଇଵାର ଥିଲା। ଏହି ଚୋରାଚାଲାଣ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ହେବ ବୋଲି ବିଭାଗ ଆନୁମାନ କରିଛି। ଓଡ଼ିଶା ବନ ଆଇନ ୧୯୭୨ ର ଦଫା ୫୬ ଅନୁଯାୟୀ ଓଡିଶା କାଷ୍ଟ ଓ ଅନ୍ୟ ବନ୍ୟଜାତ ଦ୍ରବ୍ୟ ଚାଳିତ ନିୟମ ୧୯୮୦ ପ୍ରକାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଳଣା କରାଯାଇଛି। ଚଡଉ ବେଲେ ସିନାପାଲି ବନବିଭାଗ ର ଶିବ ପ୍ରସାଦ ରଥ ଏସିପି, ବନପାଲ ତ୍ରିବିକ୍ରମ ନାଏକ ,ଖଗେଶ୍ବର ମାଝୀ , ଉପେନ୍ଦ୍ର ମହାଉତି , ସଂଗ୍ରାମ ପ୍ରଧାନ , ବିମ୍ବାଧର ହଂସ, ଡମ୍ବରୁଧର ମାଝୀ ପ୍ରମୁଖ ସାମିଲ ଥିଲେ।
