ନୂଆପଡ଼ା-୧୦/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ରଥଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର , ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅଶ୍ୱିନୀ କୁମାର ଭୋଇ ଓ ବିଜ୍ଞାନ ଶିକ୍ଷକ ଗିରିଧାରୀ ସା ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଗୌରାଙ୍ଗ କୁମାର ସାହୁ ସ୍ୱାଗତ ସମ୍ଭାଷଣ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଜ୍ଞାନ ଶିକ୍ଷକ ଅଶୋକ କୁମାର ବେହେରା ନୃତ୍ୟ ପ୍ରତିଯୋଗିତା କୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ବିଚାରକ ଭାବରେ ବିଶିଷ୍ଟ କଳାକାର ସୁକେଶ ପଟ୍ଟନାୟକ, ଲିଟିଲ୍ ଷ୍ଟାର୍ ପବ୍ଲିକ ସ୍କୁଲର ଅଧ୍ଯକ୍ଷା ତଥା ନୃତ୍ୟ ଶିଳ୍ପୀ ସୁଦୀକ୍ଷିତା ଦାଶ ଓ ଖଡ଼ିଆଳ ଡେନ୍ସ ହବ୍ ର ନିର୍ଦ୍ଦେଶକ ଦେବୀଲାଲ ସାହୁ ଯୋଗଦାନ କରିଥିଲେ। ପ୍ରତିଯୋଗିତାରେ ଜୟ କିଷାନ ଉଚ୍ଚ ବିଦ୍ୟାଳୟ, ବରଗାଁ ପ୍ରଥମ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାଦୀ ଦ୍ବିତୀୟ ଓ ନେସନାଲ୍ ହାଇସ୍କୁଲ, ନୂଆପଡ଼ା ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରକାଶ ଥାଉକି , ପ୍ରଥମ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟ ଜିଲ୍ଲାରୁ ପ୍ରତିନିଧିତ୍ବ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ଯ ବିବେଚିତ ହୋଇଛନ୍ତି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ସୁରବିଜୟ କାନ୍ତ ତାଣ୍ଡି, ଗୌରୀ ଶଙ୍କର ଦୁବେ, ପ୍ରଶାନ୍ତ କୁମାର ପଣ୍ଡା, ରତନ ସିଂ ବାରିକ, ନୀଳିମା ରାଣୀ ସାଗର, ପ୍ରଭୁଦତ୍ତ ପୁରୋହିତ, ରାଜଶ୍ରୀ ଦଣ୍ଡସେନା , ନିରଞ୍ଜନ ବିଶ୍ୱାଳ, ଗଜିନ୍ଦ୍ର ହରିଜନ, ସାଗର ବାଗ, ଧନଞ୍ଜୟ ମଲ୍ଲିକ, ହେମସାଗର ଶବର, ମହମ୍ମଦ କାଲାମ, ପୁଷ୍ପା ମହାପାତ୍ର, ବୈଷ୍ଣବ ମେହେର, ସୀମନ୍ତ ହେର୍ଣା, ଆଶିଷ କୁମାର ପଟ୍ଟନାୟକ, ଅଶ୍ୱିନୀ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।
