ନୂଆପଡା-୯/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଜିଲ୍ଲା ସଦର ମହୁକୁମା ସିର୍ତ୍ତୋଲ ସ୍ଥିତ ପୋଖରୀ ରେ ଏନ.ଡି.ଆର.ଏଫ୍ ଦଳ ଦ୍ଵlରା ମୋକ ତ୍ରିଲ ମାଧ୍ୟମରେ ଜରୁରୀ କାଳୀନ ପରିସ୍ଥିତି ରେ କି ଭଳି ଜୀବନ ବଞ୍ଚାଇ ହେବ, ସେ ଉପରେ ଜନ ସାଧାରଣ ଙ୍କୁ ସଚେତନ କରାଇଥିଲେ ।ପାଣିରେ ବୁଡି ଯାଉଥିବା ଲୋକଙ୍କୁ, ଡ଼ଙ୍ଗାରେ ବୁଡି ଯାଉଥିବା ସମୟ ରେ କି ଭଳି ଲୋକଙ୍କୁ ଉଦ୍ଧାର କରି ପ୍ରାଣ ବଞ୍ଚାଇ ହେବ , ପ୍ରଦର୍ଶନ ମଧ୍ୟମ ରେ ଦେଖାଇ ଥିଲେ, ସେଭଳି ପାଣି ଭିତରେ ଶବ ବୁଡି ଯାଇଥିଲେ ମଟର ବୋଟ ମlଧ୍ୟମ ରେ ଦ୍ରୁତ ଗତିରେ ପାଣିରେ ଭଉଁରୀ ଖେଳାଇ ଶବ କୁ ପାଣି ଉପରକୁ ଆଣିବାର କୌଶଳ ଦେଖାଇ ଥିଲେ l ଏ ଅବସରରେ ନୂଆପଡା ଏନ୍.ଏ.ସି. ଅଧ୍ୟକ୍ଷ ମହମ୍ମଦ ଆଦମ ନୂଆପଡା ବିଡ଼ିଓ ସୁବେଦାର ପ୍ରଧାନ ସ୍ଥାନୀୟ କାଉନସିଲର ଲେଖରାମ ଦଣ୍ଡସେନା ଏବଂ ଏନ.ଡି.ଆର.ଏଫ୍. ଦଳ ମୁଣ୍ଡଳୀ,କଟକ ରୁ ସବ ଇନ୍ସପେକ୍ଟର ଅଭିଷେକ ମିଶ୍ରl, ନୀତେଶ କୁମାର, ଆର ସି ଓଝା, ନୀତେଶ କୁମାର କନେଷ୍ଟବଳ ରିତିକ, ଦିନେଶ୍ୱର୍, ପଟ୍ଟି ଗରାଇ, ଏ.କେ. ଦେହୁରି, ମସ୍ତରାମ, ଦିବାକର ରେଡ୍ଡୀ,ଏସ. କେ.ସାହୁ ଏବଂ ବାହୁ ସଂଖ୍ୟା ରେ ଜନ ସାଧାରଣ ଉପସ୍ଥିତଥିଲେ।
