ନୂଆପଡା-୨୧/୧୦ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି କୋମନା ପୋଲିସ ଷ୍ଟେସନ ସମ୍ମୁଖରେ ବିଧାନସଭା ଯୁବ କଂଗ୍ରେସ ସଭାପତି ଶାହରୁଖ୍ ଖାନ୍ ଙ୍କ ନେତୃତ୍ଵରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ, ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶିଦଣ୍ଡ ଏବଂ ଏହି ଘଟଣାର ହାତବାରିସି ସାଜିଥିବା ରାଜ୍ୟ ଗୃହ ବିଭାଗର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରାଗଲା l ତତସହ ଜୋରଦାର୍ ନାରାବାଜି ସହ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା l ଯଦି ମମିତା ଭଉଣୀଙ୍କୁ ନ୍ୟାୟ ନମିଲେ ତେବେ ଆଗାମୀ ଦିନରେ ଜୋରଦାର୍ ଲଢେଇ ହେବ ବୋଲି ଶ୍ରୀଖାନ୍ ଚେତାବନୀ ଦେଇଛନ୍ତି l ଏହି ପ୍ରତିବାଦ ସଭାରେ ଜିଲ୍ଳା କଂଗ୍ରେସ କମିଟି ସଭାପତି ଘାସିରାମ ମାଝୀ, କୋମନା ବ୍ଲକ କଂଗ୍ରେସ ସଭାପତି କୈଳାଶ ଚନ୍ଦ୍ର ବାଗ, ପିସିସି ସଦସ୍ୟ ମୋତି ରାୱଲ, ଜିଲ୍ଳା ଯୁବ କଂଗ୍ରେସ ଉପସଭାପତି ପାଶା ମହାନନ୍ଦ, ବିଧାନସଭା ଯୁବ କଂଗ୍ରେସ ସଭାପତି ଶାହରୁଖ୍ ଖାନ୍, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସୌରଭ ଚନ୍ଦ୍ରକାର, ବ୍ଲକ ଯୁବ ସଭାପତି ନରେନ୍ଦ୍ର ନାଗ, ଜୋନ୍ – ୨ ସଭାପତି ଇଶାକ ମହମ୍ମଦ, କ୍ଷେତ୍ରମୋହନ ମାଝୀ, ଗୁଡୁ ମାଝୀ, ଲିପୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
Comments are closed.