ନୂଆପଡା-୨୦/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଖରିଆର ରୋଡ଼ ଏନଏସି ର ବନକା, ଏଲ.ଡି.ପଡା, ଖୋପେତରା, ମୁଣ୍ଡାଗାଁ ଓ ପୋଷ୍ଟ ଅଫିସ ପଡା ର ଜନ୍ମରୁ ୧୮ବର୍ଷ କିଶୋର ବାଳକ ବାଳିକା ଙ୍କୁ ନେଇ ଏକ ବହୁମୁଖୀ ସଚେତନତା କାର୍ଯ୍ୟକ୍ରମ ଚାଇଲଡ଼ ଲାଇନ ନୂଆପଡା ଓ ସମୁନ୍ନିତ ଶିଶୁ ବିକାଶ ପ୍ରକଳ୍ପର ମଣ୍ଡଳ ପରିଦର୍ଶିକା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ସଫଳତା ସହ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଅଧିକାର, ବାଲ୍ୟ ବିବାହର କୁପରିଣାମ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ବାଲ୍ୟବିବାହ ଅଧିନିୟମ, ଶିଶୁ ଶ୍ରମିକ ନିୟମ, ପୋକସୋ ନିୟମ ଓ ଶିଶୁ ସହାୟତା ନମ୍ବର-୧୦୯୮ ଉପରେ ସଚେତନତା ସହିତ କୋବିଦ-୧୯ ମହାମାରୀ ସମୟରେ କିପରି ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ସେନିଟାଇଜର କିମ୍ବା ସାବୁନ ରେ ହାତ ଧୋଇ ପରିଷ୍କାର ପରିଛନ୍ନରହି କୋବିଦ କୁ ହରାଇବା ସେ ଉପରେ ମନୋସାମାଜିକ ସହାୟତା ଖେଳ ମାଧ୍ୟମରେ ଚାଇଲଡ଼ ଲାଇନ ର କାଉନସେଲର ହୋସନା ଅକ୍ତରୀ , ସଦସ୍ୟ ମନସ୍ୱନି ସାହୁ,ଦିଗେଶ୍ୱରୀ ସାହୁ ବିଶେଷ ଆଲୋକପାତ କରିଥିଲେ। ଉପରୋକ୍ତ ଅଞ୍ଚଳରେ ଶିଶୁର ଯତ୍ନ ଓ ସୁରକ୍ଷାରେ ଅବହେଳା ଓ ଅଭାବ ଦେଖାଦେଲେ ତୁରନ୍ତ ଶିଶୁ ସହାୟତା ହେଲ୍ପ ଲାଇନ ନମ୍ବର ୧୦୯୮ କୁ ଫୋନକରି ଚାଇଲଡ଼ ଲାଇନ କୁ ଜଣାଇବାକୁ ପ୍ରବର୍ତ୍ତାଇଥିଲେ। ଅଞ୍ଚଳର ୧୨ଜଣ ଅଙ୍ଗନବାଡି କର୍ମି ଓ ୧୭୦ରୁ ଉର୍ଦ୍ଧ୍ବ କିଶୋର କିଶୋରୀ, ଶିଶୁ ଓ ମହିଳାଗଣ ଉପରୋକ୍ତ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ। ଚାଇଲଡ଼ ଲାଇନ ର ସଂଯୋଜକ ମୂକେଶ ଯୋଶୀ କାର୍ଯ୍ୟକ୍ରମ ର ପରିଚାଳନା କରିଥିବା ବେଳେ କାଉନସେଲର ହୋସନା ଅକ୍ତରୀ , ମଣ୍ଡଳ ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ଶତପଥୀ ଉପସ୍ଥିତ ଥିବା ବେଳେ ଅଙ୍ଗନବାଡି କର୍ମି କୁମାରୀ କେଉଁଟ, ରାଜକୁମାରି ସାହୁ, କଳ୍ପନା ସୁନା, ସୁନତିବାଇ ଦଣ୍ଡସେନା, ବବିତା ମୁଙ୍ଗରି, ବେବି ମହାନନ୍ଦ, ରୁକ୍ମଣୀ ସାହୁ, ଶକୁନ୍ତଳା , ସସ୍ମିତା ବିଭାର, ପ୍ରତିମା ସୁନା, ଯଶୋବନ୍ତି ବାଗ, ସୁଷମା ଦାସ, ବାସନ୍ତୀ ଭୋଇ, ଯମୁନା ରାଉତ ଓ କୁସୁମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ।
Comments are closed.