ନୂଆପଡା-୨୭/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ସିନାପାଲି ବ୍ଲକ ଅଞ୍ଚଳ ର ଚାଷୀ ଙ୍କୁ ସାର ଯୋଗାଇବା ତ ଦୂର କଥା ସବୁ ସାରକୁ କଳାବଜାର ରେ ବିକ୍ରି କରୁଥିବା ବ୍ୟବସାୟ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ସିନାପାଲି ଅଞ୍ଚଳ ଚାଷିଗଣ ଓ ଜନ ଅଧିକାର ମଞ୍ଚ ତରଫରୁ ସିନାପାଲି ବ୍ଲକ ଅଫିସ ଘେରାଉ କରାଯାଇଥିଲା । ଏ ଅବସରରେ ସିନାପାଲି ବିଡ଼ିଓ ଙ୍କ ଜରିଆରେ ନୂଆପଡା ଜିଲ୍ଲାପାଳ ସ୍ୱାଧ୍ୟାଦେଵ ସିଂ ଙ୍କୁ ଏକ ୯ ଦଫା ସମ୍ବଳିତ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଚାଷୀ ଙ୍କୁ ଆବଶ୍ୟକ ପରିମାଣର ସାର ମିଲିପାରୁ ନାହିଁ। ବରଂ ପେକ୍ସ ଓ ଡିଲର ମାନେ କଳାବଜାରୀ ଓ ଦୁର୍ନୀତି କରି ବଣ୍ଟନ ରେ ଅନିୟମିତ କରିଥିବା ଅଭିଯୋଗ କରିଥିଲେ। ବର୍ତ୍ତମାନ ଚାଷୀମାନଙ୍କ ପାଇଁ ସାର ର ଅତ୍ୟନ୍ତ ଆବଶ୍ୟକ ହୋଇଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କର୍ଣ୍ଣପାତ କରୁ ନାହାନ୍ତି। ଏଣୁ କରି ଚାଷୀ ମାନଙ୍କୁ ଶୀଘ୍ର ସାର ପ୍ରଦାନ କରିବା ସହିତ କଳାବଜାରୀ କୁ ରୋକିବା ପାଇଁ ଦାବି କରିଥିଲେ । ଏନେଇ ଚାଷୀ ମାନଙ୍କ ହକ ଓ ଅଧିକାର ପାଇଁ ସିନାପାଲି ବ୍ଲକ ଅଫିସ ଘେରାଉ କରାଯାଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ପ୍ରଶାସନ ପକ୍ଷରୁ ସିନାପାଲି ବିଡ଼ିଓ ଙ୍କ ସମେତ ତହସିଲଦାର ଲୋକନାଥ ଶବର, ସିନାପାଲି ଥାନାଧିକାରୀ ଡମ୍ବରୁଧର ପ୍ରଧାନ ଓ କୃଷି ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସିନାପାଲି ହନୁମାନ ମନ୍ଦିର ପାଖରୁ ଚାଷୀମାନେ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ଅଫିସରେ ପହଞ୍ଚି ଭିକ୍ଷୋଭ ପ୍ରଦର୍ଶନ କରି ଚାଷୀଙ୍କ ହକ ଓ ଅଧିକାର ପାଇଁ ନାରାବାଜି କରିଥିଲେ।ଏହି ସର୍ବଦଳୀୟଙ୍କ ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହେର ଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ଗିରିରାଜ ମାଝୀ, ବିଜେପି ଜିଲ୍ଲା ସଭାପତି ସୁବ୍ରତ କୁମାର ଠାକୁର, ଗୋଦାବରିଶ ନାଏକ, ବୈଶମପାୟନ ମେହେର, ନୀଳମଣି ମେହେର, ରିଖୀରାମ ବାଗ,ପଦ୍ମନାଭ ଜଗତ,ସଞ୍ଜୟ ସିଂ ଦଣ୍ଡସେନା,କୈଳାସ ଚନ୍ଦ୍ର ବାଗ,ସୁରେଶ ବାଗ,ଜୟପାଳ ନାଗ,ଭରତ ଚନ୍ଦ୍ର ମେହେର , ମାର୍କଣ୍ଡ ଗହୀର,ପୁସ୍ତମ ମଶ୍ରା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.