Odisha news

କୋମନା ବ୍ଲକ ପାତାଳେଶ୍ୱର ମଣ୍ଡଳରେ ବିଜେପି ପାଇଁ ଭୋଟ ପ୍ରଚାର କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

0

ନୂଆପଡ଼ା, ୪।୧୧ : କୋମନା ବ୍ଲକ ପାତାଲେଶ୍ୱର ମଣ୍ଡଳର ବିଭିନ୍ନ ପଞ୍ଚାୟତ ରେ ଘରକୁ ଘର ବୁଲି ଭୋଟ ଭିକ୍ଷା କଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଆଜି ମନ୍ତ୍ରୀ ସ୍ଥାନୀୟ ପାତାଳେଶ୍ଵର ମଣ୍ଡଳର କାର୍ଯ୍ୟକର୍ତ୍ତାଙ୍କ ସହ ସ୍ଥାନୀୟ ଗାଁ ଗୁଡିକୁ ପଦଯାତ୍ରାରେ ଯାଇଥିଲେ। ସେଠାରେ ଘରକୁ ଘର ବୁଲି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ମାଗିଥିଲେ।
ବିଜେପି ର ଡବଲ ଇଞ୍ଜିନ୍ ସରକାରରେ ବିକାଶ ଦ୍ରୁତ ଗତିରେ ହେଵ ବୋଲି ମନ୍ତ୍ରୀ ଭୋଟର ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ନୂଆପଡ଼ାର ବିକାଶ ପାଇଁ ଦଳର ପ୍ରାର୍ଥୀ ଜୟ ଢୋଲକିଆ ମଙ୍ଗ ଧରିବେ। ତେଣୁ ତାଙ୍କୁ ବିଜୟୀ କରାଇଵାକୁ ପଦ୍ମଫୁଲ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏବଂ ବିଜେପି ନେତା ଜଗନ୍ନାଥ ପ୍ରଧାନ ଭୋଟର ମାନଙ୍କୁ ନିବେଦନ କରିଥିଲେ।

Nalco
Leave A Reply