Odisha news

ନୂଆପଡ଼ା ଠାରେ ବିଜେପି ପକ୍ଷରୁ କୁମ୍ଭାର ସମାବେଶ

0

ନୂଆପଡ଼ା /ଭୁବନେଶ୍ୱର,ତା: (Suvendra Pattanaik) : ନୂଆପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋମନା ବ୍ଲକର ରେଙ୍ଗ ଠାରେ ନୂଆପଡା କୁମ୍ଭାର ସମାଜ ଓ କୁମ୍ଭାର ଯୁବାମଞ୍ଚ ଓଡିଶା ତରଫରୁ ସାମାଜିକ ସମାରୋହ ଅୟୋଜିତ ହୋଇଯାଇଛି । ଏହି ସମାବେଶ ରେ ଓଡ଼ିଶା ସରକାର ଙ୍କ ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁମ୍ଭାର ମାନଙ୍କ ସହିତ ତାଙ୍କର ପାରିବାରିକ ସାମାଜିକ ଆର୍ଥିକ ସ୍ଥିତି ପରିସ୍ଥିତି ବିଷୟ ରେ ଆଲୋଚନା କରିଥିଲେ । ଏଥିରେ ଉପସ୍ଥିତ କୁମ୍ଭାର ମାନେ ମାଟିକଳା ବୋର୍ଡ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।
ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିପୁଳ ମାତ୍ରା ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ମନ୍ତ୍ରୀ ଶ୍ରୀ ଧଲ ସାମନ୍ତ ଆହ୍ୱାନ କରିଥିଲେ ।
ଏହି ସମାବେଶ ରେ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ବିଜେପି ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

IEC 2 years
Leave A Reply