Odisha news

କଳାବ୍ୟାଚ ପରିଧାନ କରିଲେ ନୂଆପଡା ବନାଞ୍ଚଳ କାର୍ଯ୍ୟାଳୟର ବନସେବା କର୍ମଚାରୀ

0
ନୂଆପଡା ୧୫/୬(ସୁରେନ୍ଦ୍ର ତିୱାରୀ) ତିନି ଦଫା ଦାବି ପୂରଣ ନିମନ୍ତେ ଆଜିଠୁଁ କଳାବ୍ୟାଚ ପରିଧାନ କରି କାମ କରିବେ ନୂଆପଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ ସମସ୍ତ ଅଣଗେଜେଟେଡ଼ ବନସେବା କର୍ମଚାରୀ। ନୂଆପଡା ଅଣଗେଜେଟେଡ଼ ବନ୍ୟସେବା ସଙ୍ଘର ସଭାପତି ରାମରଞ୍ଜନ ରାଉତ  ଗଣମାଧ୍ୟମକୁ ଦେଇଥିବା ସୂଚନାନୁସାରେ ରାଜ୍ୟ ସଂଘର ନିଷ୍ପତି କ୍ରମେ ରାଜ୍ୟସାରା ସମସ୍ତ କାର୍ଯ୍ୟରତ ବନସେବା କର୍ମଚାରୀ ତିନି ଦଫା ଦାବି ନ ପୂରଣ ହେଲା ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରିବେ। ସେ ମାନଙ୍କ ପ୍ରଥମ ଦାବି ହେଲା ଢେଙ୍କାନାଳ ଡିଭିଜନ ହିନ୍ଦୋଳ ରେଞ୍ଜ ରେ କାର୍ଯ୍ୟରତ ବନରକ୍ଷୀ ପ୍ରହ୍ଲାଦ ପ୍ରଧାନ ଙ୍କ ହତ୍ୟାକାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଚିତ ଦଣ୍ଡ ବ୍ୟବସ୍ଥା କରିବାସହ ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ଦ୍ଵିତୀୟରେ ବନବିଭାଗରେ ପରିଲକ୍ଷିତ ହେଉଥିବା ବିଭିନ୍ନ ଅବ୍ୟବସ୍ଥାର ପ୍ରତିକାର ନିମନ୍ତେ ଏକ ଫରେଷ୍ଟ କମିଶନ ଗଠନ କରାଯିବା ସହ କେଡର ପରିମାର୍ଜନ ତାଲିମ ଓ ନିଯୁକ୍ତି ପ୍ରକ୍ରିୟା ତଥା କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ର ବ୍ୟବସ୍ଥା କରିବା ତୃତୀୟରେ ବନକ୍ଷେତ୍ର ଅଧିକାରୀ ମାନଙ୍କୁ ପୋଲିସ ବିଭାଗ ଭଳି ସାଲେରୀ ଏକାଉଣ୍ଟ ଇନ୍ସୁରେନ୍ସ ପ୍ୟାକେଜ ବ୍ୟବସ୍ଥାରେ ଯେକୌଣସି ଜାତୀୟ ବ୍ୟାଙ୍କ ଜରିଆରେ ପ୍ରଦାନ କରିବା ଭଳି ତିନିଗୋଟି ଦାବି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଏଥିସହ ଏହି ତିନିଦଫା ଦାବି ଯଥାଶୀଘ୍ର ପୂରଣ ନହେଲେ ଆନ୍ଦୋଳକୁ ଆହୁରି ତୀବ୍ର କରାଯିବ ବୋଲି ରାଜ୍ୟସଙ୍ଘ ନିଷ୍ପତି ନେଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଗଣମାଧ୍ୟମକୁ ସୂଚନା ପ୍ରଦାନ କରୁଥିବା ସମୟରେ ଜିଲ୍ଲା ସଙ୍ଘର ସମ୍ପାଦକ ସୁଦାମ କୁମାର ବାଗ ସଙ୍ଘର ସଦଶ୍ୟ ବିଘ୍ନରାଜ ପୋଢ଼ ଦୁର୍ଯ୍ୟୋଧନ ଦୀକ୍ଷିତ ଧନଞ୍ଜୟ ନିଆଲ ପରମାନନ୍ଦ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।
IEC 2 years
Leave A Reply