Odisha news

ପରିକ୍ଷିତ ଟାଇଗର +୨ ବିଜ୍ଞାନ  ଆବାସିକ ମାଧ୍ୟମିକ ବିଦ୍ୟାଳୟ ରେ ସାମ୍ବାଦିକ ସମ୍ମିଳନୀ                              

0

ନୂଆପଡ଼ା -୨୨/୫ (ସୁରେନ୍ଦ୍ର ତିୱାରୀ)  ନୂଆପଡ଼ା ଜିଲ୍ଲା ର ଏକ   ଶିକ୍ଷା ଅନୁଷ୍ଠାନ ପରୀକ୍ଷିତ ଟାଇଗର ଯୁକ୍ତ ଦୁଇ ବିଜ୍ଞାନ ଆବାସିକ ମାଧ୍ୟମିକ ବିଦ୍ୟାଳୟ ଖରିଆର ଜ଼ିଲ୍ଲା ରେ ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ଏହି ପରିପ୍ରେକ୍ଷି ରେ ଏକ ସାମ୍ବାଦିକ ସମ୍ମିଳନୀ ବିଦ୍ୟାଳୟ ପରିସର ରେ ଆୟୋଜିତ ହୋଇ ଯାଇଛି। ଉପରୋକ୍ତ ଅନୁଷ୍ଠାନ ରେ ଚଳିତ ବର୍ଷ ୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସେମାନଙ୍କ ମଧ୍ୟରୁ ୪୯ ଜଣ ପ୍ରଥମ ବର୍ଗ ରେ ଓ ଅବଶିଷ୍ଟ ଦ୍ୱିତୀୟ ବର୍ଗ ରେ ଉତୀର୍ଣ୍ଣ ହୋଇଛନ୍ତି ଏହି ଶିକ୍ଷାନୁଷ୍ଠାରେ ୮୫% ପାଇ ପ୍ରଥମ ଟପ୍ପର ହୋଇଛନ୍ତି ପ୍ରିୟରଞ୍ଜନ ଜ୍ୟୋତିଷ, ଯାହାଙ୍କ ଦଶମ ଶ୍ରେଣୀରେ ୬୮% ପାଇଁ ଉତୀର୍ଣ୍ଣ ହୋଇଥିଲେ ଏହି କଲେଜ ର ସର୍ବପରି ଦ୍ୱାଦଶ ବର୍ଷ ହେଲା କଲେଜ ର ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ମାନେ ଦଶମ ଶ୍ରେଣୀରେ ପାଇଥିବା ମାର୍କ ଠାରୁ ଦ୍ୱାଦଶ ଶ୍ରେଣୀରେ ୨୦% ଅଧିକ ମାର୍କାରଖି ଉତୀର୍ଣ୍ଣ ହୋଇ କଲେଜ ର ଗୌରବାନ୍ୟୁତ କରିଥିବା ବେଳେ ଏହା ଏହି କଲେଜର ବିଶେଶ୍ୱତ ଅଟେ । ଚଳିତ ବର୍ଷ ଷାଠିଏ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀର ୨୦ ରୁ ୨୫% ଅଧିକ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ବେଳେ  ଇଂରାଜୀରେ ମଳୟ ହରିଜନ ୯୦%, ଓଡ଼ିଆ ରେ ଭୋଦେବ ନିଆଲ ୯୪%, ହିନ୍ଦୀରେ ଶିବାନୀ ଦୁରିଆ ୯୪%, ରାସାୟନିକ ବିଜ୍ଞାନ ରେ ପ୍ରିୟରଞ୍ଜନ ଜ୍ୟୋତିଷ, ୯୫%, ଭୌତିକ ରେ ଧନଞ୍ଜୟ ମେହେର ୯୨%, ଆଇଟି ରେ ପ୍ରେରଣା ତାଣ୍ଡି ୯୪%, ଗଣିତଓ ଉଦ୍ଭିଦ ବିଜ୍ଞାନ  ରେ ଆଲୋକ ସାହୁ ୯୫%,ଜୀବ ବିଜ୍ଞାନରେ ମହାଦେବ ହାତୀ ୯୫%ମାର୍କ ରଖି କଲେଜ ର ଗୌରବ ଓ ଶୋଭାବର୍ଧନ କରିଛନ୍ତି, ଏହି କଲେଜର ଅଧ୍ୟାପକ ଅଧ୍ୟାପିକା ମାନଙ୍କର ନିୟମିତ ଅକ୍ଲାନ୍ତ ପରିଶ୍ରମ ତଥା ପ୍ରୟାସ ଦ୍ୱାରା ହିଁ ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କର ସଫଳତାର ଜ୍ୱଳନ୍ତ ଉଦାହରଣ। ଉପରୋକ୍ତ ଆନୁଷ୍ଠାନର ଛାତ୍ରଛାତ୍ରୀ ମାନେ ମାନସିକ ଶିକ୍ଷା ସହିତ ନୈତିକ ଶିକ୍ଷା ସମାଜିକ ଶିକ୍ଷା ଭୌତିକ ଚରିତ୍ର ଗଠନ ସମୟାନୁବର୍ତ୍ତିତା ସହ ଶାନ୍ତି ଶୃଙ୍ଖଲା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଏ, ସର୍ବୋପରି ଏହି ଅନୁଷ୍ଠାନ ଏ ଅଞ୍ଚଳ ର ସମସ୍ତ ବର୍ଗର ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଠନ ର ଏକ ପ୍ରାଣକେନ୍ଦ୍ର ଅଟେ କହିଲେ ଅତ୍ୟୁକ୍ତି ହେବନାହିଁ।

Leave A Reply