Odisha news

ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ଓ ପହଲଗାମ ଆତଙ୍କବାଦି ହମଲାରେ ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟ ରେ ଯୁବ କଂଗ୍ରେସ ପକ୍ଷରୁ ରକ୍ତ ଦାନ ଶିବିର।

0
 ନୂଆପଡ଼ା -୨୧/୫ (ସୁରେନ୍ଦ୍ର ତିୱାରୀ) ଆଜି   ନୂଆପଡା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ  ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସହିଦ୍ ଦିବସ ଉପଲକ୍ଷେ ଓ ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଭାରତୀୟଙ୍କ ଉଦ୍ଦେଶ୍ୟରେ ଏକ ସଭା ରେ ପୁର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଗାନ୍ଧୀ ଙ୍କ ସ୍ମୃତି ଚାରଣ କରି ଥିଲେ ଓ ପହଲଗାମ ରେ ମୃତ୍ୟୁ ବରଣ କରିଥିବା  ନୀରିହ ୨୭ ଜଣ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡା ସ୍ଥିତ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟି ରେ ରଖି ନୂଆପଡା ଜିଲ୍ଲା ଯୁବ କଂଗ୍ରେସ ଙ୍କ ନେତୃତ୍ୱରେ ଏକ “ରକ୍ତଦାନ ଶିବିର” ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ, ବରିଷ୍ଠ କଂଗ୍ରେସ ନେତା ଘାସିରାମ ମାଝି, ଆଲୋକ ଗୁରୁ ,ଓଡ଼ିଶା ଯୁବ କଂଗ୍ରେସ ପ୍ରଦେଶ ସଚିବ ଏବଂ ସମ୍ବଲପୁର ଜିଲ୍ଲା ଯୁବ କଂଗ୍ରେସ ପର୍ଯ୍ୟବେକ୍ଷକ ସହରୁଖ ଖାନ, ଯୁବ ନେତା ପାଶା ମହାନନ୍ଦ, ଯୁବ କଂଗ୍ରେସ ସଭାପତି ଅମିତ ଅହିର, ଉମା ବନଛୋର,ନରେନ୍ଦ୍ର ନାଗ, ବିରାଟ ତାଣ୍ଡି, ଲକ୍ଷ୍ୟ ତାଣ୍ଡି, ଅନିଲ ସାହୁ, ସନ୍ତୋଷ ଶଗରିୟା, ପ୍ରଦୀପ ବେହେରା, ଚୂଡାମଣି ବାଗ, ଆକାଶ ଛତ୍ରିଆ, ବବଲୁ ଛତ୍ରିଆ,ରବୀନ୍ଦ୍ର ପ୍ରସାଦ ବଘେଲ, ଗୋବିନ୍ଦ ବର୍ମନ, ଅଶ୍ଵିନୀ ନାଏକ, ଭୂତେଶ ଛତ୍ରିଆ, କିରନ୍ ଦଣ୍ଡସେନା, ଡୋଳାମଣି ପ୍ରଧାନୀ, ରାହୁଲ ବାଉକ, ସୁଧାଂଶୁ ନାଏକ, ଅଙ୍କିତ ଖୋସରେ ପ୍ରମୁଖ ଯୋଗ ଦେଇ ଥିବା ବେଳେ  ଉପରୋକ୍ତ କାର୍ଯ୍ୟକ୍ରମ ରେ ସତାଧିକ କଂଗ୍ରେସ କର୍ମୀ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି ଶିବିର ଆୟୋଜନ କୁ ସଫଳ କରିଥିଲେ।
Nalco
Leave A Reply