ନୂଆପଡ଼ା -୨୦/୫ (ସୁରେନ୍ଦ୍ର ତିୱାରୀ) : ଆଜି ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଦଭାବନା ସଭା ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀଙ୍କ ସଭାପତିତ୍ବରେ ଷଷ୍ଠତମ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏହି ବୈଠକରେ ଲୋକସଭା ସାଂସଦ ମାଳବିକା ଦେବୀ , ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲାପାଳ ମଧୁସୂଦନ ଦାଶ, ବନଖଣ୍ଡ ଅଧିକାରୀ ଖଡିଆଲ ଅଜିଜ୍ ଖାନ୍,ବନଖଣ୍ଡ ଅଧିକାରୀ ବନ୍ୟଜନ୍ତୁ ମହାଦେବ ବଡାଇକ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମସ୍ତ ବ୍ଲକ୍ ଅଧ୍ୟକ୍ଷା ଯୋଗ ଦେଇଥିଲେ l ଗୃହକୁ ସ୍ବାଗତ କରି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ସଭାପତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମସ୍ତ ଜନ ପ୍ରତିନିଧି ତଥା ଅଧିକାରୀ ମାନଙ୍କୁ ସମ୍ବୋଧନ କରି ଜିଲ୍ଲାର ସର୍ବାଙ୍ଗିନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l
ଏହାପରେ ଗୋଟି ଗୋଟି କରି କୃଷି, ମତ୍ସ୍ୟ, ଯୋଗାଣ, ଜିଲ୍ଲା ମଙ୍ଗଳ, ସ୍ଵାସ୍ଥ୍ୟ, ଶିକ୍ଷା, ଗ୍ରାମ୍ୟ ଜଳ ଯୋଗାଣ, ସମାଜ ମଙ୍ଗଳ, ସାମାଜିକ ସୁରକ୍ଷା,ପୂର୍ତ୍ତ, ଗ୍ରାମ ଉନ୍ନୟନ ଇତ୍ୟାଦି ସମସ୍ତ ବିଭାଗର ତ୍ରୟ ମାସିକ ପ୍ରଗତି ବିବରଣୀର ସମୀକ୍ଷା ହୋଇଥିଲା l ବିଗତ ବୈଠକରେ ସଦସ୍ୟ ମାନେ ଉତଥାପନ କରିଥିବା ସମସ୍ତ ଅଭିଯୋଗ ଉପରେ କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି ସେ ଉପରେ ଅଧିକାରୀ ମାନେ ନିଜ ନିଜ ମନ୍ତବ୍ୟ ରଖିଥିଲେ l ବିଗତ ଦିନରେ ହୋଇଥିବା ଅପୂର୍ଣ୍ଣ କାମ ସବୁ ଶୀଘ୍ର ସମାପନ କରିବା ଉପରେ ଉଭୟ ସାଂସଦ ଓ ବିଧାୟକ ଗୁରୁତ୍ବ ଦେଇଥିଲେ l ସମସ୍ତ ଉନ୍ନତି ମୂଳକ କାମରେ ଏଵଂ ବିଶେଷତଃ କୃଷି, ଉଦ୍ୟାନ କୃଷି ଇତ୍ୟାଦି ଯୋଜନାରେ ହିତାଧିକାରୀ ଚୟନ କରିବା ବେଳେ ଜନ ପ୍ରତିନିଧି ମାନଙ୍କୁ ସାମିଲ କରିବା ଉପରେ ଜିଲ୍ଲା ପରିଷଦ ସଦସ୍ୟ ମାନେ ଦାବୀ କରିଥିଲେ l ବୈଠକରେ ନିଷ୍ପତ୍ତି ନିଆଗଲା ଯେ ସବୁ ଷ୍ଟ୍ରିଟ ଲାଇଟ କୁ ପଞ୍ଚାୟତ ମାନଙ୍କୁ ହସ୍ତାନ୍ତର କରାଯିବ l ସେମାନେ ବିଜୁଳି ଓ ପାଣି ବିଲ ସଂଗ୍ରହ କରିବେ l ମୁଖ୍ୟ ମନ୍ତ୍ରୀ ମତ୍ସ୍ୟ ପୋଖରୀ ଯୋଜନାରେ ଏଥର ଲକ୍ଷ୍ଯ ୧୦୮ ହେକ୍ଟର ଥିବାରୁ ଠିକ୍ ସମୟରେ ଏହାକୁ ସାରିବା ପାଇଁ ଜିଲ୍ଲାପାଳ କହିଥିଲେ l ଜିଲ୍ଳାରେ ବିନା ସୂଚନା ଫଳକରେ କୌଣସି ଉନ୍ନତିମୂଳକ କାମ ହେବନାହିଁ l ମାନ୍ୟବର ବିଧାୟକ ଶ୍ରୀ ପାଣିଗ୍ରାହୀ କହିଲେ ଯେ ସମସ୍ତ ଉନ୍ନୟନ ମୂଳକ କାମ ରେ ଜନ ପ୍ରତିନିଧି ମାନଙ୍କ ମତାମତ ନିଆଯାଉ l ଧାନ ମଣ୍ଡି ମାନଙ୍କରେ ଦଲାଲ ରାଜ ଏବଂ କଟନି ଛଟନି ସମ୍ପୂର୍ଣ୍ଣ ବନ୍ଦ ହେବ l ତିଖାଲି ଡ୍ୟାମ୍ ର ସୌନ୍ଦର୍ଯ କରଣ ସହିତ ପର୍ଯ୍ୟଟକ ମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସେ ଦାବି କରିଥିଲେ l କଳାହାଣ୍ଡି ସାଂସଦ ମାଳବିକା ଦେବୀ ସମସ୍ତ ବିଦ୍ୟାଳୟ ମହାବିଦ୍ୟାଳୟ ରେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ ଓ ସ୍ଵଚ୍ଛ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେବା ପାଇଁ କହିଥିଲେ l ପ୍ରତି ସହର ଗ୍ରାମର ସମସ୍ତ ବ୍ୟକ୍ତିଙ୍କ ପାଖରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ,ବିଦ୍ୟୁତ୍, ପରିମଳ ଭଳି ଅତ୍ୟାବଶ୍ୟକ ସେବା ସୁବିଧାରେ ଯୋଗାଇ ଦେବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ଆହ୍ଵାନ ଦେଇଥିଲେ l ଜିଲ୍ଲାପାଳ କହିଲେଯେ ବିଭିନ୍ନ ପାରାମିଟର ରେ ଆମ ଜିଲ୍ଳା ବେଶ୍ ଆଗରେ ଅଛି l ଜନ ପ୍ରତିନିଧି ଏବଂ ବିଭିନ୍ନ ବିଭାଗ ତଥା ଜିଲ୍ଲା ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ଵୟ ସ୍ଥାପନ ହେଲେ ଆମେ ଆହୁରି ଆଗକୁ ବଢ଼ି ପାରିବା lଆଜିର ଏହି ବୈଠକ ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଲାଇନ୍ ବିଭାଗ ଅଧିକାରୀ, ସମସ୍ତ ବିଡିଓ ଯୋଗ ଦେଇଥିଲେ l
