ନୂଆପଡ଼ା -୧୯/୫ ଆମ ଭାରତୀୟ ତିନି ସେନା ଦ୍ଵାରା ଯଥା ଆକାଶ,ଜଳ ଓ ସ୍ଥଳ ସେନା ଦ୍ଵାରା ଅପରେସନ ସିନ୍ଦୂର ର ବିରାଟ ସଫଳତା ରେ ସମଗ୍ର ଭାରତ ବର୍ଷରେ ପରାକ୍ରାମ ସୋଭା ଯାତ୍ରା ଆୟୋଜିତ ହେଉଅଛି। ଭାରତୀୟ ସେନବାହିନୀର ପରାକ୍ରାମ ରେ ଛାନିଆ ପାକିସ୍ତାନ । ଉପରୋକ୍ତ ଶୋଭା ଯାତ୍ରା ରେ ଜନ ସାଧାରଣ ସ୍ଵତଃସ୍ପୂର୍ତ୍ତ ଭାବେ ଯୋଗଦେଉ ଛନ୍ତି। ଏହି କ୍ରମ ରେ ଆଜି ଭାରତୀୟ ଜନତା ପାର୍ଟି ନୂଆପଡ଼ା , ବଞ୍ଜାରି ମଣ୍ଡଳ ସଭାପତି ଭକ୍ତ ରଣା ଙ୍କ ନେତୃତ୍ୱରେ ପରାକ୍ରମ ଶୋଭାଯାତ୍ରାରେ ବିଧାୟକ ପ୍ରାର୍ଥୀ ତଥା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡାଙ୍କ ସହିତ ତୁଳସ ପଟେଲ୍, ନିର୍ମଳ ଅହିର, ମାନସ ରଥ, ନୀଳ ନାଗ, ଭୁବନେ ବାଗ, ଡମରୁ ମହାନନ୍ଦ,ସଦାନନ୍ଦ ଯୋଶୀ,ତରୁଣ ଦାସ, ନାରାୟଣ ହଂସ,ଚନ୍ଦନ ଠାକୁର ଏବଂ ଶତାଧିକ ଦେଶ ପ୍ରେମୀମାନେ ମୋଟରସାଇକେଲ ଶୋଭାଯାତ୍ରା ରେ ବଞ୍ଜାରୀ ମଣ୍ଡଳର ସମସ୍ତ ପଞ୍ଚାୟତରେ ପହଞ୍ଚି ବିଭିନ୍ନ ଗ୍ରାମର ସହିଦ ପରିବାର ତଥା ଅବସରପ୍ରାପ୍ତ ଯବାନ ମାନଙ୍କୁ ସମ୍ମାନିତ କରି ସମ୍ବର୍ଦ୍ଧିତ କରିଥିଲେ। ସେହିଭଳି
ଭାରତୀୟ ଜନତା ପାର୍ଟି, ନୂଆପଡ଼ା ଜୋନ ୧ ଶୁନାଦେଇ ମଣ୍ଡଳ ସଭାପତି ଲୋକନାଥ ହୋତା ଙ୍କ ନେତୃତ୍ୱରେ ପରାକ୍ରମ ଶୋଭାଯାତ୍ରାରେ ବିଧାୟକ ପ୍ରାର୍ଥୀ ତଥା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡାଙ୍କ ସହିତ ତୁଳସ ପଟେଲ୍, ଛବିଲୋଚନ ସହୁ, ସହଦେବ ପ୍ରଧାନ, ଭୁବନେ ସାହୁ, ଶିବ ବାଗ, ହେମଚନ ମୋଟାରି, କୁନୁ ମାଝୀ, ବଳିରମ୍ ସାହୁ,ପବନ ମାଝୀ, ଲଭ ନିଆଲ,ସଦାନନ୍ଦ ଯୋଶୀ, ସରୋଜ ପ୍ରଧାନ,ଏବଂ ଶତାଧିକ ଦେଶ ପ୍ରେମୀ ଜନ ସାଧାରଣ ମୋଟରସାଇକେଲ ରେ ସୁନଦେଇ ମଣ୍ଡଳର ସମସ୍ତ ପଞ୍ଚାୟତରେ ଶୋଭାଯାତ୍ରା ପହଞ୍ଚିଥିଲା। ଉପରୋକ୍ତ ଶୋଭା ଯାତ୍ରା ରେ ଜନସାଧରଣ ବିପୁଳ ସଂଖ୍ୟା ରେ ଯୋଗ ଦେଇ ଥିବା ବେଳେ ବିଭିନ୍ନ ସ୍ଥାନରେ ସ୍ଵାଗତ କରିଥିଲେ ଓ ଦେଶପ୍ରେମୀ ମାନେ ଦେଶ ଭକ୍ତି ସ୍ଲୋଗାନ ଦେଇଥିଲେ ।
