Odisha news

ବର୍ଷା ଋତୁ ପୂର୍ବରୁ ରାସ୍ତା ମରାମତି ପାଇଁ ଗ୍ରାମବାସୀ ଙ୍କ ଦାବି                               

0
 ନୂଆପଡ଼ା  (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ କୁରୁମପୁରୀ ପଞ୍ଚାୟତ ସିନାପାଲି ଗ୍ରାମ ର ଲୋକେ  ପ୍ରାୟ ଚାରି ରୁ ପାଞ୍ଚ ବର୍ଷ ହେବ ରାସ୍ତା ମରାମତି ହେଉ ନଥିବା ରୁ ଖାଲଖମା କାଦୁଅ ପଚ ପଚ୍ ରାସ୍ଥା ରେ ଯାତାୟାତ କରି  ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସିନାପାଲି ଗ୍ରାମ ରୁ କୁରୁମପୁରୀ ପର୍ଯ୍ୟନ୍ତ ରାସ୍ତା ପ୍ରାୟ ୨ କିଲୋମିଟର ରୁ ଉର୍ଦ୍ଧ ହେବ ଏହା ୨୦୨୦ / ୨୦୨୧ ମସିହା ରେ   ମୋରମ ପକାଇ ମରାମତି  ହୋଇଥଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ପୁନଃ  ଉପରୋକ୍ତ ରାସ୍ତା କୁ  ମରାମତି ନ କରାଗଲେ ଆଗାମୀ ବର୍ଷା ସମୟରେ ଯିବା ଆସିବା କରିବା  ଗ୍ରାମବାସୀ ଙ୍କୁ ବହୁତ୍ ଅସୁବିଧା ସୃଷ୍ଟି କରିବ। ଏହି  ରାସ୍ତା ଦେଇ ଗମନାଗମନ  ହେଉ ଥିବାରୁ ଖାଲ ଖମା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟିବା ସହ ଧନ ଜୀବନ ନଷ୍ଟ ହେଉଛି। ଉପରୋକ୍ତ ସମସ୍ୟା ପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ  ଓ ଆଗକୁ ବର୍ଷା ଦିନ ଆସୁଥିବାରୁ ଯଥା ଶିଘ୍ର ରାସ୍ତା କୁ ପୁର୍ନବାର ମରାମତି କରାଯାଉ ବୋଲି ବିଜେଡ଼ି କାର୍ଯ୍ୟ କର୍ତ୍ତା ଅରୁଣ ଦୀପ ସହ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି ଓ ମରାମତି ନକଲେ ଆଗାମୀ ଦିନ ରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
Nalco
Leave A Reply