Odisha news

ଅପରେସନ ଶୁଦ୍ଧି: ୨୮ କେଜି ଗଞ୍ଜେଇ ଜବତ ୯ ଜଣ ଗିରଫ                      

0
ନୂଆପଡ଼ା -୧୬/୫ ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅପରେସନ ଶୁଦ୍ଧି ଅଭିଯାନ ଦ୍ଵାରା ଯୋଙ୍କ ପୋଲିସ ଷ୍ଟେସନ ଦ୍ଵାରା ଖରୀଆର ରୋଡ ରେ ରେଡ କରି ୯ ଜଣ ଙ୍କୁ ଗିରଫ କରି ମୋଟ ୨୮ କେଜି ୩୭୫ ଗ୍ରାମ ଗଞ୍ଜେଇ ଓ ୯ ଗୋଟି ମୋବାଇଲ୍ ଫୋନ୍ ଜବତ କରିଥିବା ସୁଚନା ପ୍ରଦାନ କରିଥିଲେ। ଗିରଫ ବ୍ୟକ୍ତିମାନେ ହେଲେ ରଘୁବିର ସିଂ (୨୯), ମହାରାଷ୍ଟ୍ର, ଶକ୍ତି ସିଂ ସେଖାୱାତ (୨୫ ), ରାଜସ୍ଥାନ , ଅନିଶ ଖାନ (୨୦) ରାଜସ୍ଥାନ, ଜୀତେନ୍ଦ୍ର କୁମାର ଅଟଳ (୨୪) ରାଜସ୍ଥାନ , ସଞ୍ଜୟ କୁମାର ସୈନି (୩୧) ରାଜସ୍ଥାନ, ବିଦୁର ଦୁରିଆ(୨୯) ଜେଠୁପାଲି, କୋମନା ଓଡ଼ିଶା, ରାଜୁ ସାହୁ (୩୮) ମୋଙ୍ଗରାପାଲି, ଖରିଆର ରୋଡ, ଓଡ଼ିଶା, ରେଖ ରାମ ସାହୁ (୫୫) ମୋଙ୍ଗରାପାଲି, ଖାରିଆର୍ ରୋଡ ଓଡ଼ିଶା ବୋଲି ସୁଚନା ଦେଇଛନ୍ତି। କେସ ନମ୍ବର ୯୫ ୧୫/୫/୨୦୨୫ ଏନଡିପିଏସ ଆକ୍ଟ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଉପରୋକ୍ତ ସାମ୍ବାଦିକ ସମ୍ମିଳନୀରେ ଏସ.ପି. ଜି ଆର ରାଘବେନ୍ଦ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ଜୋଙ୍କ ଥାନ ଆଇଆଇସି ପ୍ରଦୀପ କୁମାର ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply