Odisha news

ସୁସ୍ଥ ଓ ସମାନତାର ସମାଜ ଗଠନରେ ସନ୍ଥ କବିଙ୍କ ସାହିତ୍ଯ ସମର୍ପିତ ସିନାପାଲିରେ ଭୀମ ଭୋଇ ଜୟନ୍ତୀ l 

0
ନୂଆପଡ଼ା – ୧୩/୦୫ (ସୁରେନ୍ଦ୍ର ତିୱାରୀ) ସୀମାନ୍ତ  ଓଡ଼ିଆ ଭାଷା ଓ ସାହିତ୍ଯର ସୁରକ୍ଷାରେ ଅଗ୍ରଣୀ ଭୂମୀକା ନିର୍ବାହ କରୁଥିବା ସ୍ଥାନୀୟ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ଗତକାଲି ସନ୍ଥକବି ଭୀମ ଭୋଇଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି । ପବିତ୍ର ବୈଶାଖ ପୂର୍ଣ୍ଣିମା ତିଥିରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ଯାମନ୍ଦିର ସଭାକକ୍ଷରେ ଏ ଅବସରରେ ଆୟୋଜିତ ଜୟନ୍ତୀ ସଭାରେ ସମିତିର ସଭାପତି ଯୁବ ଲେଖକ ବୈଷ୍ଣବ ମେହେର ଅଧ୍ଯକ୍ଷତା କରିଥିବା ବେଳେ ଅଞ୍ଚଳର ବରିଷ୍ଠ ସାହିତ୍ଯିକ କବି ଚିନ୍ତାମଣି ସାହୁ ଯୋଗଦେଇ ସନ୍ଥକବିଙ୍କ ମହତ୍ୱପୂର୍ଣ୍ଣ ଜୀବନୀ ବିଷୟରେ ଆଲୋକପାତ କରିଥିଲେ । ସନ୍ଥକବିଙ୍କ ସାଧନା ମାନବ ସମାଜକୁ ସୁସ୍ଥ ଓ ସଂସ୍କାରିତ କରିବା ସହ ସମସ୍ତଙ୍କୁ ସମାନତା ପ୍ରଦାନ ପାଇଁ ସମର୍ପିତ ତେଣୁ ତାଙ୍କ ପ୍ରତିଟି କୃତି ମାନବତା ପାଇଁ ଅମୃତ ବୋଲି ଏ ଅବସରରେ ମତ ପ୍ରକାଶ ପାଇଥିଲା । ସଭା ପ୍ରାରମ୍ଭରେ ଉପସ୍ଥିତ କବିପ୍ରେମୀ ସନ୍ଥକବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  କାର୍ଯ୍ଯକ୍ରମରେ ଅନ୍ଯମାନଙ୍କ ମଧ୍ଯରେ କୁମୁଦବନ୍ଧୁ ଯୋଷୀ, ବଂଶୀଧର ଜଗତ, ଲୋଚନ ମେହେର, ସ୍ବପ୍ନକୁମାର କାଣ୍ତ, ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା, ହରେକୃଷ୍ଣ ମେହେର, ଗୌତମ ମେହେର, ଡାକନ୍ତି ହଂସ, ଗିରିଜା ମେହେର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।  ଶେଷରେ ପରେଣନାଥ ପାଣିଗ୍ରାହୀ ଧନ୍ଯବାଦ ଦେଇଥିଲେ ।
Nalco
Leave A Reply