Odisha news

ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ସ୍ମରଣ ଯୋଷୀ ୯୯.୬% ପ୍ରତିଶତ ମାର୍କ ରଖି ଜିଲ୍ଲା ଟପର                                    

0

ନୂଆପଡ଼ା -୧୩/୫ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ସ୍ମରଣ ଯୋଷୀ ୯୯.୬% ପ୍ରତିଶତ ମାର୍କ ରଖି ଜିଲ୍ଲା ଟପର ହୋଇଥିବାଭଲ ଆଜି ଜଣା ପଡ଼ିଛି।  ଜିଲ୍ଲାପାଳ ମଧୁସୂଦନ ଦାଶ  ଫୋନ୍ ଯୋଗେ ତାଙ୍କ ପରିବାରଙ୍କୁ ଶୁଭେଚ୍ଛା ଦେଇଥିବା ବେଳେ ଆସନ୍ତା କାଲି ସମ୍ବର୍ଦ୍ଧିତ କରିବା କାର୍ଯ୍ୟକ୍ରମ ରହିଅଛି। ସ୍ବେଛାସେବୀ ମହେନ୍ଦ୍ର ଯୋଷୀ ଏବଂ ବୋଡ଼େନ ସୁନାପୁର ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟତ୍ରୀ ସଙ୍ଗୀତା ବେହେରାଙ୍କ କନିଷ୍ଠ ପୁତ୍ର ସ୍ମରଣ ଯୋଷୀ ଏକାଧିକ ପ୍ରତିଭା ଥିବା ବେଳେ ସେ ଜଣେ ମେଧାବୀ ଛାତ୍ର ଅଟନ୍ତି । ତାଙ୍କ ସଫଳତା ରେ  ସମାଜର ବିଭିନ୍ନ ବର୍ଗ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି। ସେ ପାଞ୍ଚ ଗୋଟି ବିଷୟ ମଧ୍ୟରୁ ୩ ଗୋଟି ବିଷୟ ରେ ୧୦୦ ରୁ ୧୦୦ ମାର୍କ ରଖିଥିବା ବେଳେ ୯୯.୬% ପ୍ରତିଶତ ରେ ପାସ ହୋଇଛନ୍ତି।

Nalco
Leave A Reply