Odisha news

ଜୈବିକ ପିଆଜ ସଂରକ୍ଷଣ ଗୃହକୁ ପରିଦର୍ଶନ କଲେ ଜିଲ୍ଲାପାଳ

ନୂଆପଡା-୧୭/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) କୋମନା ବ୍ଲକ ନୂଆଗାଁ ପଞ୍ଚାୟତ ର କାଳୀମାଟି ଗ୍ରାମରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ଜିଲ୍ଲାପାଳ ସ୍ବାଧାଦେଵ ସିଂ ପରିଦର୍ଶନ କରି ସନ୍ତୋଷବ୍ୟକ୍ତ କରିଛନ୍ତି। ଜୈବିକ ପ୍ରଣାଳୀ ରେ ପିଆଜ ସଂରକ୍ଷଣ ବ୍ୟବସ୍ଥା ଉନ୍ନତି ଗଚ୍ଛିତ ବ୍ୟବସ୍ଥା ବୋଲି ଗୁରୁତ୍ବ ଦେଇଥିଲେ। ଏହାଦ୍ବାରା ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇବା ସହ କୃଷି ଏବଂ କୃଷକ ଲାଭ ବୃଦ୍ଧି ହେବ ବୋଲି ଜିଲ୍ଲାପାଳ ସ୍ବାଧାଦେବ ସିଂହ ପ୍ରକାଶ କରିଛନ୍ତି। ପାରମ୍ପାରିକ କୃଷି ଉନ୍ନତି ଯୋଜନା ଦ୍ବାରା ଜୈବିକ ପଦ୍ଧତିରେ ପିଆଜ ସଂରକ୍ଷଣ ବ୍ୟବସ୍ଥା ହାତକୁ ନେବା ଦ୍ବାରା କୃଷକଙ୍କ ନିଜସ୍ଵ କ୍ଷମତାର ବିକାଶ ହେବ ବୋଲି ଗୁରୁତ୍ୱାରୋପ କରିଛନ୍ତି

Comments are closed.